59
ବୋଡ଼େନ – ୮/୪ (ଜଗତରାମ ଦଣ୍ଡସେନା ) ବୋଡେ଼ନ ବ୍ଳକ୍ ସଦର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ରେ ବିଜେପି ଦଳ ର ୪୭ ତମ ପ୍ରତିଷ୍ଠା ଦିବସ ବରିଷ୍ଠ କର୍ମକର୍ତ୍ତା ନୀଳାମ୍ବର ମେହେର ଙ୍କର ସଭାପତିତ୍ୱ ରେ ପାଳିତ ହୋଇଯାଇଛି l ଏଥିରେ ପାତାଳ ଗଙ୍ଗା ମଣ୍ଡଳ ର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ l ଏଥିରେ ପୂର୍ବତନ ଅନୁସୂଚିତ ଜାତି ର ଜିଲ୍ଲା ସମ୍ପାଦକ ବେଣୁଧର ଜଗତ,ବରିଷ୍ଠ ନେତା ବିଜୟ ବେହେରା,ବନବାସ କେତକୀ, ତ୍ରିଲୋଚନ ମାଝୀ,ଜୋତି ରାଜ ଦଣ୍ଡସେନା, ଇଲ୍ଲିୟାସ ମହମ୍ମଦ,ସିଦ୍ଧିରାମ କଟା, ଡୋଳାମଣି ବେହେରା, ଚାରୁ ଖଡ଼ିଆ, ଦିବାନ ନିଆଲ, ବିପିନ ନିଆଲ, ଗଣ୍ଡାରାମ ମାଝୀ, ଯୁଗଧନ ମାଝୀ, ମୁନୁ ବାଗ, ହରି ପ୍ରଧାନୀ, ବଦନ ମାଝୀ ପ୍ରମୁଖ ଉପସ୍ଥିତ ଥାଇ ପ୍ରତିଷ୍ଠା ଦିବସ ଉପରେ ଅଭିଭାଷଣ ଦେଇଥିଲେ ।