Home ରାଜ୍ୟଖରିଆର ରୋଡ୍ ଏନଏସି ର ଗୁରୁତ୍ଵ ପୁର୍ଣ୍ଣ ବୈଠକ : ସହରର ବିକାଶ ପାଇଁ ନିଆଗଲା ବଡ଼ ନିଷ୍ପତ୍ତି।

ଖରିଆର ରୋଡ୍ ଏନଏସି ର ଗୁରୁତ୍ଵ ପୁର୍ଣ୍ଣ ବୈଠକ : ସହରର ବିକାଶ ପାଇଁ ନିଆଗଲା ବଡ଼ ନିଷ୍ପତ୍ତି।

by Maraguda Express
0 comments
ନୂଆପଡ଼ା -୨୧/୪ – ଖରିଆର ରୋଡ୍ ନଗର ପାଳିକା କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ କାଉନସିଲର ବୈଠକ ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିକାଶର ଏକ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଥିବା ବେଳେ ସହରବାସୀଙ୍କ ହିତ ପାଇଁ ଅନେକ ଦୂରଗାମୀ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହି ବୈଠକରେ ନୂଆପଡ଼ାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜୟ ଢୋଲକିଆ ଙ୍କ ପ୍ରଥମ କରି ଯୋଗ ଦେଇଥିଲେ। ତାଙ୍କର ଆଗମନକୁ ନେଇ ସମସ୍ତ କାଉନସିଲର ଏବଂ ସ୍ଥାନୀୟ ନାଗରିକଙ୍କ ପକ୍ଷରୁ ଏକ ଉତ୍ସାହଜନକ ପରିବେଶରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ସହରର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସାଧାରଣ ଜନତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକ ସର୍ବସମ୍ମତିକ୍ରମେ ପାରିତ ହୋଇଛି ।
ଭୂମିହୀନଙ୍କୁ ମିଳିବ ସ୍ଥାୟୀ ଠିକଣା । ୱାର୍ଡ ନଂ ୪ ସ୍ୱିପର କଲୋନୀ ରେ ରହୁଥିବା ସଫେଇ କର୍ମଚାରୀ ଏବଂ ଦେୱାର ସମ୍ପ୍ରଦାୟର ଭୂମିହୀନ ପରିବାରଙ୍କୁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ମାଧ୍ୟମରେ ପକ୍କାଘର ଯୋଗାଇ ଦିଆଯିବ।
ମିନି ଷ୍ଟାଡିୟମ ପାଇଁ ଆଧୁନିକ ପାର୍କିଂ ବ୍ୟବସ୍ଥା । ୱାର୍ଡ ନଂ ୧୮ରେ ନୂତନ ନଗର ପାଳିକା ଭବନ ନିର୍ମାଣ ହେବା ପରେ, ପୁରୁଣା ବିଲ୍ଡିଂକୁ ହଟାଯାଇ ସେଠାରେ ମିନି ଷ୍ଟାଡିୟମ ପାଇଁ ଏକ ଅତ୍ୟାଧୁନିକ ପାର୍କିଂ ସ୍ଥଳ ବିକଶିତ କରାଯିବ।
ସାଂସଦ ପ୍ରତିନିଧି ଗୋଲ୍ଡି ଅଗ୍ରୱାଲଙ୍କ ପ୍ରସ୍ତାବ କ୍ରମେ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜୁ ଭାଇ ଢୋଲକିଆଙ୍କ ସ୍ମୃତିରେ ୱାର୍ଡ ନଂ ୧ ସ୍ଥିତ ‘ବନକା ସ୍ମାର୍ଟ ପାର୍କ’ ରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏଥିସହ ପାର୍କର ନାମ ପରିବର୍ତ୍ତନ କରାଯାଇ “ସ୍ୱର୍ଗତ ରାଜୁ ଭାଇ ଢୋଲକିଆ ସ୍ମାର୍ଟ ପାର୍କ” ରଖିବାକୁ ନିଷ୍ପତ୍ତି ହୋଇଛି।ଖରିଆର ରୋଡ୍ ସହର ର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପୌରପରିଷଦ ଏବେ ଦୃଢ଼ ସଂକଳ୍ପବଦ୍ଧ। ଆଗାମୀ ଦିନରେ ଏହି ସହରକୁ ଏକ ଆଦର୍ଶ ଏବଂ ସମୃଦ୍ଧ ସହର ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ କାଉନସିଲର ଏକମତ ହୋଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha