Home ରାଜ୍ୟନୂଆପଡ଼ାରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ : ସାମୂହିକ ବିବାହ ଉତ୍ସବରେ ଏକାଠି ହେଲେ ୧୧ ଯୋଡ଼ି ଦମ୍ପତି।

ନୂଆପଡ଼ାରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ : ସାମୂହିକ ବିବାହ ଉତ୍ସବରେ ଏକାଠି ହେଲେ ୧୧ ଯୋଡ଼ି ଦମ୍ପତି।

by Maraguda Express
0 comments
ନୂଆପଡ଼ା – ୨୧/୪- ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତୀକରଣ ଅଭିଯାନରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ଖଡ଼ିଆଳର ସ୍ବେଚ୍ଛାସେବୀ ସଂଗଠନ ‘ୟାର’ ର ମିଳିତ ଆନୁକୂଲ୍ୟରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ଏକ ଭବ୍ୟ ସାମୂହିକ ବିବାହ ଉତ୍ସବ ସମ୍ପନ୍ନ ହୋଇଯାଇଛି। ଆମସେନା ସ୍ଥିତ ଗୁରୁକୁଳ ଆଶ୍ରମ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ୧୧ ଜଣ ନବଦମ୍ପତି ବୈଦିକ ରୀତିନୀତି ଅନୁଯାୟୀ ନୂତନ ଜୀବନ ଆରମ୍ଭ କରିଛନ୍ତି।
ଏହି ପବିତ୍ର କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ:
ମଧୁସୂଦନ ଦାଶ ଜିଲ୍ଲାପାଳ, ନୂଆପଡ଼ା
ସମୀର ସାହୁ ଡିଏଫଓ (ବନ୍ୟପ୍ରାଣୀ),
ଲମ୍ବୋଦର ଧରୁଆ ମୁଖ୍ୟ ଉନ୍ନୟନ ଅଧିକାରୀ,
ସୁର୍ମି ସୋରେନ ଉପ-ଜିଲ୍ଲାପାଳ,
ଏଥିସହିତ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ଵରି ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ , ଖରିଆର ରୋଡ୍ ଏନଏସି ଅଧ୍ୟକ୍ଷା ଡ଼ା. ସୋନିଆ ଜୈନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ ଏବଂ ଗୁରୁକୁଳର ସଂସ୍ଥାପକ ଧର୍ମାନନ୍ଦ ସରସ୍ୱତୀ, ୟାର ଏନଜିଓ ମୁଖ୍ୟ ମହେନ୍ଦ୍ର ଯୋଶୀ, ସାମ୍ବାଦିକ ଓ ନବ ଦମ୍ପତ୍ତି ଙ୍କ ସ୍ୱଜନ ପ୍ରମୁଖ ଉପସ୍ଥିତ ରହି କନ୍ୟାଦାନ ଓ ବିବାହ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ସରକାରୀ ନିୟମ ଅନୁଯାୟୀ, ପ୍ରତ୍ୟେକ ନବଦମ୍ପତି ଙ୍କୁ ୪୫ ହଜାର ଟଙ୍କା ଚେକ୍ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ବିଧାୟକ ଶ୍ରୀ ଢୋଲକିଆ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଦମ୍ପତିଙ୍କୁ ୧୧ ସହ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ।
ଏକ ନିଆରା ସଂଯୋଗ – ଜିଲ୍ଲାପାଳ ମଧୁସୂଦନ ଦାଶ ନିଜର ୨୫ ତମ ବିବାହ ବାର୍ଷିକୀ ଏହି ଅବସରରେ ପାଳନ କରିବା ସହ ନବବିବାହିତ ଯୋଡ଼ିଙ୍କୁ ଏକ ସୁଖମୟ ଦାମ୍ପତ୍ୟ ଜୀବନର ଗୁରୁମନ୍ତ୍ର ଦେଇଥିଲେ।
ରାଜ୍ୟ ସରକାରଙ୍କ ଏହି ଯୋଜନା ବାଲ୍ୟ ବିବାହ ଏବଂ ଯୌତୁକ ଭଳି ସାମାଜିକ କୁସଂସ୍କାର ଦୂର କରିବାରେ ଏକ ପ୍ରମୁଖ ଅସ୍ତ୍ର ସାଜିଛି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୨୭ ଟି ଜିଲ୍ଲାରେ ଏହି ଯୋଜନା ମାଧ୍ୟମରେ ଏକ ହଜାର ରୁ ଅଧିକ କନ୍ୟାଙ୍କ ବିବାହ ସଫଳତାର ସହ ସମ୍ପନ୍ନ ହୋଇସାରିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha