8
“ନିଶାମୁକ୍ତ ସମାଜ ଗଠନ ପାଇଁ ନୁଆପଡ଼ା ପୋଲିସ ସର୍ବଦା ପ୍ରତିବଦ୍ଧ। ଏହି କାରବାର ପଛରେ ଥିବା ଅନ୍ୟ ସଂଯୋଗ ର ତଦନ୍ତ ଜାରି ରହିଛି,” ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆପଡ଼ା -୨୩/୪- ନୂଆପଡ଼ା ଜିଲ୍ଲାରେ ନିଶା କାରବାର ବିରୋଧରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। କୋମନା ଥାନା ପୋଲିସ ପକ୍ଷରୁ କରାଯାଇଥିବା ଏକ ବିଶେଷ ଅଭିଯାନରେ ପ୍ରାୟ ୧୭ କେଜି ୮୨୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।