Home ରାଜ୍ୟବୋଡ଼େନ ବ୍ଲକ : ଅଂଶୁଘାତ ନେଲା ଯୁବକଙ୍କ ଜୀବନ, ଖଇରା ପଞ୍ଚାୟତ ରେ ଶୋକର ଛାୟା।

ବୋଡ଼େନ ବ୍ଲକ : ଅଂଶୁଘାତ ନେଲା ଯୁବକଙ୍କ ଜୀବନ, ଖଇରା ପଞ୍ଚାୟତ ରେ ଶୋକର ଛାୟା।

by Maraguda Express
0 comments

ବୋଡ଼େନ- ୨୩/୦୪ -( ଜଗତ ରାମ ଦଣ୍ଡ ସେନା)ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ନୂଆପଡ଼ା ଜିଲ୍ଲାରୁ ଏକ ଦୁଃଖଦ ଖବର ସମ୍ମୁଖ କୁ ଆସିଛି। ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରା ପଞ୍ଚାୟତ ଗୋହିରାପଦର ଗ୍ରାମର ଜଣେ ଯୁବକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ ଖଇରା ପଞ୍ଚାୟତ ଅନ୍ତର୍ଗତ ଗୋହିରାପଦର ଗାଁ ବସିନ୍ଦା ସ୍ୱର୍ଗୀୟ ଲାଲୁ ମାଝୀଙ୍କ ପୁତ୍ର ରୋହିତ ମାଝୀ।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ବୁଧବାର ଅପରାହ୍ନରେ ରୋହିତଙ୍କର ଅକାଳ ବିୟୋଗ ଘଟିଥିଲା। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଅଂଶୁଘାତର ଶିକାର ହୋଇ ସେ ପ୍ରାଣ ହରାଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି। ଏ ନେଇ ପରିବାର ବର୍ଗଙ୍କ ତରଫରୁ ବୋଡ଼େନ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା।
ଅଭିଯୋଗ ପାଇବା ପରେ ବୋଡ଼େନ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁ କରିଥିଲା। ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ମୃତ ରୋହିତ ଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଏବଂ ସେ ପରିବାର ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ଏବେ ସେମାନେ ଅସହାୟ ହୋଇପଡ଼ିଛନ୍ତି। ଏହି ଦୁଃଖଦ ସମୟରେ ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଶାସନ ଯୋଗାଇ ଦେବାକୁ ପଡ଼ାବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।
“ଜଣେ କର୍ମଠ ଯୁବକଙ୍କୁ ହରାଇ ଗୋହିରାପଦର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରଶାସନ ଏହି ଗରିବ ପରିବାର ପ୍ରତି ଦୃଷ୍ଟି ଦେବା ଜରୁରୀ।” – ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha