Home ରାଜ୍ୟଖଇରା ର ନାଙ୍ଗପଡ଼ା ରେ ଶ୍ରୀ ଶ୍ରୀ ଷୋହଳ ପ୍ରହର ନାମଯଜ୍ଞ ସମ୍ପନ୍ନ : ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଲା ନଗର ସଂକୀର୍ତ୍ତନ।

ଖଇରା ର ନାଙ୍ଗପଡ଼ା ରେ ଶ୍ରୀ ଶ୍ରୀ ଷୋହଳ ପ୍ରହର ନାମଯଜ୍ଞ ସମ୍ପନ୍ନ : ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଲା ନଗର ସଂକୀର୍ତ୍ତନ।

by Maraguda Express
0 comments
ବୋଡ଼େନ – ୨୪/୦୪ (ଜଗତରାମ ଦଣ୍ଡସେନା)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରା ପଞ୍ଚାୟତ ନାଙ୍ଗପଡ଼ା ଗ୍ରାମରେ ଚାଲିଥିବା ଆଧ୍ୟାତ୍ମିକ ଶ୍ରୀ ଶ୍ରୀ ଷୋହଳ ପ୍ରହର ନାମଯଜ୍ଞ ଓ ହରି ନାମ କୀର୍ତ୍ତନ ଗତ ଗୁରୁବାର ଦିନ ପୂର୍ଣ୍ଣାହୁତି ସହ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ସମଗ୍ର ଅଞ୍ଚଳରେ ଏକ ଭକ୍ତିପୂତ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଅପୂର୍ବ ସମାଗମ ଦେଖିବାକୁ ମିଳିଥିଲା।
ଏହି ପବିତ୍ର ନାମଯଜ୍ଞରେ  ମାଲଖମ ନାଗ ଓ ତାଙ୍କ ଧର୍ମପତ୍ନୀ ଜୟମନି ନାଗ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପଣ୍ଡିତ ନବକିଶୋର ଯୋଷୀ ଏବଂ ଜିତ ଦାଶ ପୁରୋହିତ ଭାବେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସମ୍ପାଦନ କରିଥିଲେ।
ଉଦଯାପନୀ ସନ୍ଧ୍ୟା : ଗୁରୁବାର ସନ୍ଧ୍ୟାରେ ଏକ ଭବ୍ୟ ନଗର ସଂକୀର୍ତ୍ତନ  କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସ୍ଥାନୀୟ ଶ୍ରଦ୍ଧାଳୁମାନେ ହରିନାମ ସଂକୀର୍ତ୍ତନରେ ମଗ୍ନ ରହିଥିଲେ।
ବିଶିଷ୍ଟ ଅତିଥି ରୁପେ ବୁଧବାର ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଲମ୍ବୋଦର ନିଆଲ ଯୋଗଦେଇ ଆୟୋଜକ ଓ ଗ୍ରାମବାସୀଙ୍କୁ ଏଭଳି ଏକ ସଫଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ହୃଦୟ ରୁ ସାଧୁବାଦ ଜଣାଇଥିଲେ।
ସଫଳ ଆୟୋଜନ ରେ ଉପରୋକ୍ତ କାର୍ଯ୍ୟକ୍ରମକୁ ଆୟୋଜକ କମିଟିର ସଦସ୍ୟ:
ଡିଙ୍ଗର ନାଗ, ଜିତେନ୍ଦ୍ର ନାଗ, ପ୍ରେମ ହଂସ, ବିଭୀଷଣ ନାଗ, ପରେଶ୍ୱର ନାଗ, ବରୁଣ ନାଗ, ଡଗରେଶ୍ୱର ନାଗ, ଭଗତ ନାଗ, ଦଶେଶ୍ୱର ନାଗ, ସାଧୁ ନାଗ, ଚିନ୍ତାମଣି ନାଗ, ଆଶାରାମ ନାଗ, ଧର୍ମୁ ନାଗ ଏବଂ ଦେବେନ୍ଦ୍ର ନାଗଙ୍କ ସମେତ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ସକ୍ରିୟ ଭାବେ ସହଯୋଗ କରିଥିଲେ।ଶ୍ରୀକ୍ରିଷ୍ଣା ଟେଣ୍ଟ (ଖୁଦପେଜ) ପକ୍ଷରୁ ସାଉଣ୍ଡ ଓ ଟେଣ୍ଟ ବ୍ୟବସ୍ଥା ଅତ୍ୟନ୍ତ ସୁଚାରୁରୂପେ କରାଯାଇଥିଲା। ପୂର୍ଣ୍ଣାହୁତି ପରେ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରି ଆଧ୍ୟାତ୍ମିକ ଆନନ୍ଦ ଲାଭ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha