64
ବୋଡ଼େନ -୧୩/୩ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ସଦର ମହକୁମା ର ଦଣ୍ଡସେନା ପଡ଼ା, ଦୁର୍ଗମଣ୍ଡପ ପଡ଼ା ଓ ମାଝୀ ପଡ଼ା ବାସୀଙ୍କୁ ତିଖାଳି ପାଣି ସ୍ଥାନୀୟ ୟୁ ପି ସ୍କୁଲ ପାଖରେ ଥିବା ପାମ୍ପ ହାଉସରୁ ବସୁଧା ଯୋଜନା ଜରିଆରେ ଜଳଯୋଗଣ ହେଉଛି l ହେଲେ ତାର ପମ୍ପ ଖରାପ ଥିବାଯୋଗୁଁ ଭଲଭାବେ ବସ୍ତି ବାସିନ୍ଦା ଙ୍କୁ ପାଣି ଯୋଗାଣ ହେଉନଥିବାରୁ ପାଣି ଟୋପାଏ ପାଇଁ ମହିଳା ମାନେ ବାଧ୍ୟହୋଇ ନଳକୂପ ରୁ ଫ୍ଲୋରାଇଡ ଯୁକ୍ତ ପାଣି କୁ ଉପଯୋଗ କରୁଛନ୍ତି, ଏଣୁ ବିଭାଗୀୟ ଠିକାଦାର ଏହାଉପରେ ଗୁରୁତ୍ୱ ଦେଇ ଶୀଘ୍ର ମରାମତି ନକଲେ ଧାରଣା ଦେବୁ ବୋଳି ଚେତାବନୀ ଦେଇଛନ୍ତି ।