260
ବୋଡେ଼ନ ବସଷ୍ଟାଣ୍ଡରୁ ବାହାରିଥିବା ଏହି ବିଶାଳ ରେଲି ସହର ପରିକ୍ରମା କରି ଶିଶୁମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଦଳୀୟ ନାରାବାଜିରେ ସହର ପ୍ରକମ୍ପିତ ହୋଇଥିବା ବେଳେ ଶତାଧିକ କର୍ମକର୍ତ୍ତା ହାତରେ ଦଳୀୟ ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ନେତା ଓ କର୍ମକର୍ତ୍ତା ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ।ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ,ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ଅତିନ୍ଦ୍ରଜିତ ସିଂ ମଲ୍ଲିକ, ଲମ୍ବୋଦର ନିଆଲ, ଅଜିତ କିଶୋର ଚଲା୍ନ, ଦେହୁତି ଧରୁଆ ଓ ସଂଗୀତା ମାଝୀ, ଅନ୍ୟମାନଙ୍କ ମଧ୍ଯ ରେ ଅବନୀ ଯୋଷୀ, ନୀଳାମ୍ବର ମେହେର, ହେମକାନ୍ତି ଦୁରିଆ, ବିଜୟ ବେହେରା, ବାଳିକା ମାଝୀ, ପ୍ରବୀଣ ନିଆଲ, ଲୋକନାଥ ଛତ୍ରିଆ, ରାଜକିଶୋର ହେର୍ଣ୍ଣା, ଜ୍ୟୋତି ରାଜ ଦଣ୍ଡସେନା, ଇଲିୟାସ ମହମ୍ମଦ, ମହେନ୍ଦ୍ର ଅଗ୍ରୱାଲ, କିଶୋର ନାଗ ଏବଂ ବିପ୍ରଣ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।
“ସରକାରଙ୍କ ଜନହିତକର ମହିଳା ସଂରକ୍ଷଣ ନୀତିକୁ ବିରୋଧ କରିବା ଇଣ୍ଡି ମେଣ୍ଟର ଦ୍ୱୈତ ମତିଗତିକୁ ଦର୍ଶାଉଛି। ଜନତା ଏହାର ଉଚିତ ଜବାବ ଦେବେ।” ବୋଲି ଉଦବୋଧନ ରେ ଗର୍ଜିଥିଲେ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀମାନେ।
Table of Contents
ବୋଡ଼େନ -୨୮/୪-(ଜଗତରାମ ଦଣ୍ଡ ସେନା) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଳକ ସଦର ମହକୁମାରେ ରେ ଆଜି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ‘ଜନ ଆକ୍ରୋଶ ସମାବେଶ’ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ସଂରକ୍ଷଣ ନୀତିକୁ ‘ଇଣ୍ଡି’ ମେଣ୍ଟର ବିରୋଧକୁ ନେଇ ବିଜେପି କର୍ମୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି।କୁଶପୁତ୍ତଳିକା ଦାହ ଓ ବିରୋଧ ପ୍ରଦର୍ଶନ କରିଛନ୍ତି।ଏହି ସମାବେଶରେ ଶତାଧିକ ମହିଳା ଓ ବିଜେପି କର୍ମୀ ଏକଜୁଟ ହୋଇ ବିରୋଧୀ ଦଳଗୁଡ଼ିକର କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରିଛନ୍ତି। ବିଶେଷକରି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରି ନିଜର ଆକ୍ରୋଶ ବ୍ୟକ୍ତ କରିଛନ୍ତି। ବକ୍ତାମାନେ ଅଭିଯୋଗ କରିଛନ୍ତି ଯେ, ଇଣ୍ଡି ମେଣ୍ଟ ସଂରକ୍ଷଣ ପ୍ରସଙ୍ଗରେ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛି। ବସଷ୍ଟାଣ୍ଡ ରୁ ଶିଶୁ ମନ୍ଦିର ପର୍ଯ୍ୟନ୍ତ ରେଲି ଓ ବିକ୍ଷୋଭ ପ୍ରଦର୍ଶନକାରୀ ଙ୍କ ସ୍ଲୋଗାନ ରେ ଥରିଲା ବୋଡ଼େନ ବ୍ଳକ୍ ସଦର ମହକୁମା।
