Home ରାଜ୍ୟଖରିଆର ରୋଡ ଏନଏସି ର ବଡ଼ ନିଷ୍ପତ୍ତି : ଭୂମିହୀନ ଓ ସଫେଇ କର୍ମଚାରୀଙ୍କୁ ମିଳିବ ପକ୍କାଘର।

ଖରିଆର ରୋଡ ଏନଏସି ର ବଡ଼ ନିଷ୍ପତ୍ତି : ଭୂମିହୀନ ଓ ସଫେଇ କର୍ମଚାରୀଙ୍କୁ ମିଳିବ ପକ୍କାଘର।

by Maraguda Express
0 comments
ନୂଆପଡା -୨୭/୪- ଜିଲ୍ଲା ର ଅନ୍ୟତମ ବ୍ୟସ୍ତ ବହୁଳ ବ୍ୟବସାୟିକ ସହର ଖରିଆର ରୋଡ୍‌ ନଗର ର ବିକାଶ ଓ ବାସହୀନ ଙ୍କୁ ସମ୍ମାନଜନକ ଜୀବନ ଦେବା ଦିଗରେ ନଗର ପାଳିକା ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି  ନଗର ପାଳିକା ଅଧ୍ୟକ୍ଷା ଡଃ ସୋନିଆ ଜୈନ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।   ୱାର୍ଡ ନମ୍ବର ୪ ରେ ବହୁ ବର୍ଷ ଧରି ସରକାରୀ ଜମିରେ ବସବାସ କରୁଥିବା ସଫେଇ କର୍ମଚାରୀ ଓ ଭୂମିହୀନ ପରିବାରଙ୍କୁ ସ୍ଥାୟୀ ଆବାସ ଯୋଗାଇଦେବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ ଅଧୀନରେ ନିର୍ମାଣ ହେବ ଘର।
ଆଗାମୀ ଦିନରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ (ଏ ଆର ଏଚ )’ ଯୋଜନା ମାଧ୍ୟମରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦିଆଯିବ। ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଅନୁଦାନ ଓ ନିର୍ଦ୍ଧାରିତ ଡିଜାଇନ୍ ଅନୁଯାୟୀ ଏହି ଆଧୁନିକ ବାସଗୃହଗୁଡ଼ିକ ନିର୍ମାଣ କରାଯିବ।
“ଭଙ୍ଗାଯିବ ନାହିଁ  ପୁରୁଣା ଘର  :  ମିଳିବ ନୂଆ ଠିକଣା ।”
ଏହି ବୈଠକରେ ଏକ ବଡ଼ ଆଶ୍ୱସ୍ତିକର ଘୋଷଣା କରାଯାଇଛି। ବର୍ତ୍ତମାନ ଯେଉଁ ପରିବାରମାନେ ସେଠାରେ ରହୁଛନ୍ତି, ସେମାନଙ୍କର କୌଣସି ଘର ଭଙ୍ଗାଯିବ ନାହିଁ। ବରଂ ସେହି ସ୍ଥାନ ନିକଟରେ ଥିବା ଖାଲି ସରକାରୀ ଜମିରେ ନୂତନ ପକ୍କାଘର ପ୍ରସ୍ତୁତ କରାଯାଇ ସେମାନଙ୍କୁ ସମ୍ମାନର ସହ ହସ୍ତାନ୍ତର କରାଯିବ।
“ପ୍ରତ୍ୟେକ ପରିବାରକୁ ସମ୍ମାନଜନକ ଜୀବନ, ସୁରକ୍ଷିତ ଛାତ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରିବା ଆମର ସଂକଳ୍ପ। ଜନତାଙ୍କ ବିଶ୍ୱାସ ହିଁ ଆମ ବିକାଶର ମୂଳଦୁଆ।” — ଡଃ ସୋନିଆ ଜୈନ, ଅଧ୍ୟକ୍ଷା, ଏନ ଏ ସି ଖରିଆର ରୋଡ।
ଏହି ଆଲୋଚନା ଚକ୍ରରେ ୱାର୍ଡ କାଉନସିଲର ସନ୍ଦୀପ ଶର୍ମା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଖରିଆର ରୋଡ କୁ ଏକ ପ୍ରଗତିଶୀଳ ସହର ଭାବେ ଗଢ଼ିତୋଳିବା ପାଇଁ ପୌରପାଳିକା ର ଏହି ପ୍ରୟାସକୁ ସାଧାରଣରେ ସ୍ୱାଗତ କରାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha