172
ଏହି ଅବସରରେ ଓକିଲାତି ପେଶାରେ ୫୦ ବର୍ଷ ସଫଳତାର ସହ ପୂରଣ କରିଥିବା ଦୁଇ ଜଣ ପ୍ରବୀଣ ବ୍ୟକ୍ତିତ୍ୱଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ନୂଆପଡ଼ା- ୨୮/୦୪ – ଓଡ଼ିଶାର ବରପୁତ୍ର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀ ତଥା ‘ଓକିଲ ଦିବସ’ ନୂଆପଡ଼ା ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅତ୍ୟନ୍ତ ମର୍ଯ୍ୟାଦାର ସହ ଆଜି ପାଳିତ ହୋଇଯାଇଛି।
ସଂଘର ସଭାଗୃହ ରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ମଧୁବାବୁ ଙ୍କ ଦେଶପ୍ରେମ ଓ ଓକିଲାତି କ୍ଷେତ୍ରରେ ଥିବା ଅନନ୍ୟ ଅବଦାନକୁ ମନେ ପକାଯାଇଥିଲା।

ଅତିଥି ମାନଙ୍କ ମୁଖ୍ୟ ବକ୍ତବ୍ୟ “ମଧୁବାବୁ କେବଳ ଜଣେ ଆଇନଜୀବୀ ନଥିଲେ, ସେ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ। ଆଜିର ପିଢ଼ିର ଅଧିବକ୍ତାମାନେ ତାଙ୍କର ସାଧୁତା ଓ ନୈତିକତା କୁ ପାଥେୟ କରି କାର୍ଯ୍ୟ କରିବା ଉଚିତ।” । ସଭା ଶେଷ ରେ ଯୁବ ଆଇନଯିବି ଯୋଗେଶ କୁମାର୍ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।