Home ରାଜ୍ୟନିର୍ମାଣ ସରିଛି, ହେଲେ ଖୋଲୁନି : ଉଦ୍‌ଘାଟନ ଅପେକ୍ଷାରେ ଖଡ଼ିଆଳର ଅତ୍ୟାଧୁନିକ ବସଷ୍ଟାଣ୍ଡ।

ନିର୍ମାଣ ସରିଛି, ହେଲେ ଖୋଲୁନି : ଉଦ୍‌ଘାଟନ ଅପେକ୍ଷାରେ ଖଡ଼ିଆଳର ଅତ୍ୟାଧୁନିକ ବସଷ୍ଟାଣ୍ଡ।

by Maraguda Express
0 comments

ନୂଆପଡ଼ା -୨୭/୦୪- ନୂଆପଡ଼ା ଜିଲ୍ଲାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ ଖଡ଼ିଆଳ ସହର ରେ ନବନିର୍ମିତ ବସଷ୍ଟାଣ୍ଡ ଏବେ ପ୍ରଶାସନିକ ଅବହେଳାର ଶିକାର ହୋଇଛି। କାମ ସରିବାର ୪ ମାସ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି ଭିତ୍ତିଭୂମି ।
ସୂଚନା ଅନୁଯାୟୀ, ଗତ ଜାନୁଆରୀ ମାସରୁ ଏହି ବସଷ୍ଟାଣ୍ଡର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ଚର୍ଚ୍ଚା ହେଉଥିଲା ଯେ ଓଡ଼ିଶା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହାର ଶୁଭ ଉଦ୍‌ଘାଟନ କରାଯିବ। କିନ୍ତୁ ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇପାରିନାହିଁ। ଫଳରେ ସମ୍ପୂର୍ଣ୍ଣ ସଜ୍ଜିତ ହୋଇ ରହିଥିବା ଏହି ବସଷ୍ଟାଣ୍ଡ ଏବେ ବି ତାଲାବନ୍ଦ ଅବସ୍ଥାରେ ରହିଛି।
ଯାତ୍ରୀ ଓ ପରିବହନ କ୍ଷେତ୍ରରେ ଘୋର ସମସ୍ୟା ଦେଖା ଦେଇଛି।
ଖଡ଼ିଆଳ ସହର ଦେଇ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରକୁ ଶତାଧିକ ବସ ଯାତାୟାତ କରିଥାଏ।
ଅଣାୟତ୍ତ ଟ୍ରାଫିକ ବ୍ୟବସ୍ଥା । ସ୍ଥାୟୀ ବସଷ୍ଟାଣ୍ଡ ବ୍ୟବହାର ହୋଇପାରୁ ନଥିବାରୁ ଚାଳକମାନେ ବାଧ୍ୟ ହୋଇ ରାସ୍ତା କଡ଼ରେ ଏଣେତେଣେ ବସ ପାର୍କିଂ କରୁଛନ୍ତି।
ଯାତ୍ରୀଙ୍କ ଦୁର୍ଦ୍ଦଶା କିଏ ପଚାରେ ? ପ୍ରଚଣ୍ଡ ଗ୍ରୀଷ୍ମ, ଖରା ଓ ବର୍ଷାରେ ଯାତ୍ରୀମାନେ ବସ ପାଇଁ ଅପେକ୍ଷା କରି ନାହିଁ ନଥିବା ହଇରାଣ ହେଉଛନ୍ତି। ଏହା ଦ୍ବାରା
ବ୍ୟବସାୟିକ ପ୍ରଭାବ ଦେଖିବାକୁ ମିଳୁଛି ।ଏହା ଏକ ବାଣିଜ୍ୟିକ ସହର ହୋଇଥିବାରୁ ଜନଗହଳି ଯୋଗୁଁ ସାଧାରଣ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି।
“ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବସଷ୍ଟାଣ୍ଡ କାମ ସରିଥିଲେ ମଧ୍ୟ ଯାତ୍ରୀଙ୍କ ସେବାରେ ଲାଗିପାରୁନାହିଁ। ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ ?” – ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।                                       ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଭରପୂର ଏହି ଖଡିଆଳ ସହର ପାଇଁ ବସଷ୍ଟାଣ୍ଡଟି ଅତ୍ୟନ୍ତ ଆବଶ୍ୟକ। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ କୌଣସି ବିଧିବଦ୍ଧ ଉଦ୍‌ଘାଟନର ଅପେକ୍ଷା ନକରି, ଯଥାଶୀଘ୍ର ଏହାକୁ ସାଧାରଣ ଜନତାଙ୍କ ପାଇଁ ଉନ୍ମୁକ୍ତ କରିବାକୁ ସାଧାରଣ ରେ ଦୃଢ଼ ଦାବି ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha