Home ରାଜ୍ୟକଇଟପଦର ପଞ୍ଚାୟତ ରେ ଶ୍ରମିକ ସଚେତନତା ଶିବିର : ପ୍ରବାସୀ ଶ୍ରମିକ ମୁକ୍ତ ହେବ ଜିଲ୍ଲା, ଗାଁରେ ମିଳିବ କାମ – ଜିଲ୍ଲାପାଳ

କଇଟପଦର ପଞ୍ଚାୟତ ରେ ଶ୍ରମିକ ସଚେତନତା ଶିବିର : ପ୍ରବାସୀ ଶ୍ରମିକ ମୁକ୍ତ ହେବ ଜିଲ୍ଲା, ଗାଁରେ ମିଳିବ କାମ – ଜିଲ୍ଲାପାଳ

by Maraguda Express
0 comments

ନୂଆପଡ଼ା -୨୭/୦୪- ନୂଆପଡ଼ା ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରଶାସନ ପକ୍ଷରୁ ଅଣ୍ଟା ଭିଡ଼ାଯାଇଛି। ସିନାପାଲି ବ୍ଲକ ଅନ୍ତର୍ଗତ କଇଟପଦର ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ‘ପ୍ରବାସୀ ଶ୍ରମିକ ନିରାକରଣ ଓ ସଚେତନତା ଶିବିର’ ଅନୁଷ୍ଠିତ ହୋଇଯାଇଛି।

ଉଦବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ଦାଶ କହିଛନ୍ତି ଯେ, କୌଣସି ଶ୍ରମିକ ଅର୍ଥ ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ଉଚିତ ନୁହେଁ। ନିଜ ଗାଁରେ ରହି ମନରେଗା ଯୋଜନାରେ କାମ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ପୂର୍ବରୁ ପ୍ରବାସରୁ ଫେରିଥିବା ଶ୍ରମିକମାନଙ୍କୁ ସରକାରୀ ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡଃ ଦ୍ୱାରିକାନାଥ ଶତପଥୀ, ବିଡ଼ିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ ଙ୍କ ସମେତ ଅନେକ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କୁ ସରକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ।
ଆଜି ର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଲା
କନ୍ୟା ସନ୍ତାନକୁ ସମ୍ମାନ ପାଇଁ ‘ଝିଅ ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ନବଜାତ କନ୍ୟା ପ୍ରୀୟାଂଶି ମାଝୀ ଙ୍କୁ ଜିଲ୍ଲାପାଳ କୋଳକୁ ନେଇ ଆଶୀର୍ବାଦ ଦେବା ସହ ପିତାମାତାଙ୍କୁ ଉପହାର ଓ ଗଛ ଚାରା ପ୍ରଦାନ କରିଥିଲେ।
‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା। ଏ ଅବସର ରେ ସ୍ବଚ୍ଛତା କୁ ସମ୍ମାନ ଦେଇ  ସ୍ୱଚ୍ଛ ରଖିବାରେ ଉଲ୍ଲେଖନୀୟ ଅବଦାନ ପାଇଁ କୃଷ୍ଣ ପାଣ୍ଡେ, ସନ୍ତୋଷ ଘିବେଲା, ଭଜନ ନାଏକ, କେଶବ ମାଝୀ ଓ ପଞ୍ଚାନନ ମେହେର ଙ୍କୁ ‘ସ୍ୱଚ୍ଛତା ମିତ୍ର’ ଭାବେ ସମ୍ମାନିତ କରାଯାଇଥିଲା।
ସରକାରୀ ସହାୟତା ରୁପେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭତ୍ତା ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସବସିଡି ପ୍ରଦାନ କରାଯାଇଥିଲା।
ଶ୍ରମିକଙ୍କ ଘରେ ଯାଇ ଜିଲ୍ଲାପାଳ, କୁମ୍ଭକାର ପରିବାରକୁ ସହାୟତା ପ୍ରଦାନ୍ କରିଥିଲେ ।
କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ସିଧାସଳଖ ପ୍ରବାସୀ ଶ୍ରମିକ ଚନ୍ଦ୍ର ଘିବେଲାଙ୍କ ଘରକୁ ଯାଇ ତାଙ୍କ ସୁଖଦୁଃଖ ବୁଝିଥିଲେ। ବାହାରକୁ ନଯାଇ ଗାଁରେ ରହି କାମ କରିବାକୁ ସେ ପରାମର୍ଶ ଦେଇଥିଲେ।
ଫେରିବା ବାଟରେ ରାସ୍ତା କଡ଼ରେ ମାଟି ପାତ୍ର ଗଢ଼ୁଥିବା ଏକ କୁମ୍ଭକାର ପରିବାର ସହ ସମୟ ବିତାଇବା ସହ ସେମାନଙ୍କ ଠାରୁ ଏକ ଧୂପଦାନି କିଣି ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହନ ଦେଇଥିଲେ। ସେହି ଗରିବ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଏଭଳି ସମ୍ବେଦନଶୀଳ ଆଭିମୁଖ୍ୟକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି।
“ଆମର ଲକ୍ଷ୍ୟ ନୂଆପଡ଼ା ର ପ୍ରତିଟି ହାତକୁ କାମ ମିଳୁ ଏବଂ କେହି ବି ନିଜ ଭିଟାମାଟି ଛାଡ଼ି ବାହାରକୁ ନଯାଆନ୍ତୁ।” ବୋଲି ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ।              ଏହି ଶିବିରକୁ ସିନାପାଲି ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସ୍ ଗୀତା, ସ୍ଥାନୀୟ ସରପଞ୍ଚ, ବନ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ସମ୍ମିଳିତ ଭାବେ ଆୟୋଜନ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha