Home ରାଜ୍ୟନୂଆପଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି : ୮୨ ଟି ସମସ୍ୟାର ସମୀକ୍ଷା, ତିନି ଜଣଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ।

ନୂଆପଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି : ୮୨ ଟି ସମସ୍ୟାର ସମୀକ୍ଷା, ତିନି ଜଣଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ।

by Maraguda Express
0 comments

Table of Contents

ନୂଆପଡ଼ା – ୦୧/୦୬ – ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଆଜି ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଏକ ମେଗା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆମ୍ରିତପାଲ ସିଂଙ୍କ ମିଳିତ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମୋଟ ୮୨ଟି ଅଭିଯୋଗ ର ଶୁଣାଣି କରାଯାଇଥିଲା। ସେଥିମଧ୍ୟରୁ ୭୩ ଟି ବ୍ୟକ୍ତିଗତ ଏବଂ ୯ ଟି ଗୋଷ୍ଠୀଗତ ସମସ୍ୟା ରହିଥିଲା।ସମୟସୀମା ଭିତରେ ସମାଧାନ ପାଇଁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ – ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗର ଗୁରୁତ୍ୱ ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଗତ ଶିବିରର ଅଭିଯୋଗଗୁଡ଼ିକର ଫଇସଲା ସ୍ଥିତି ସମୀକ୍ଷା କରି ବାକି ରହିଥିବା ମାମଲାଗୁଡ଼ିକୁ ଶୀଘ୍ର ଶେଷ କରିବାକୁ କହିଛନ୍ତି। ‘ସ୍ୱଚ୍ଛତା ଦୂତ ସମ୍ମାନ’ ଓ ସହାୟତା ବଣ୍ଟନ – ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା।ସ୍ୱଚ୍ଛତା ସମ୍ମାନ- ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣଙ୍କୁ “ସ୍ୱଚ୍ଛତା ଦୂତ ସମ୍ମାନ” ରେ ସମ୍ମାନିତ କରାଯାଇଛି :-
   ୧. ମିତ୍ରଭାନୁ ରାଉତ (ବୋଏରଭାଡ଼ି ଗ୍ରାମ ପଞ୍ଚାୟତ)
   ୨. ଅନ୍ତରାମ ଶବର (ଟାନୱଟ ଗ୍ରାମ ପଞ୍ଚାୟତ)
   ୩. ଚେନ ସିଂ ବରିହା (ଆମାନରା ଗ୍ରାମ ପଞ୍ଚାୟତ)                                                      ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିବା ବେଳେ, ଟାନୱଟ ଠାରେ ଏକ ପଶୁ ସ୍ୱାସ୍ଥ୍ୟ ଶିବିର- ମଧ୍ୟ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ –

 

 

ଏହି ମେଗା ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ସମୀର କୁମାର ସାହୁ, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) ଏ. ମାଧବୀଲତା, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଆଜିଜ ଖାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ଏବଂ ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।
ଡେପୁଟି ଜିଲ୍ଲାପାଳ ଶେଖ ନସୀମ ଶିବିର ପରିଚାଳନା କରିଥିବା ବେଳେ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ, ଯନ୍ତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଏଥିରେ ସହଯୋଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha