101
ନୂଆପଡ଼ା ଜିଲ୍ଲା କୋର୍ଟ ଓ ଉପ-କାରାଗାର ରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ।
previous post
ନୂଆପଡ଼ା -୨୧/୬-ସାରା ବିଶ୍ୱ ସହ ନୂଆପଡ଼ା ଜିଲ୍ଲା ରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା କୋର୍ଟ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ମିଳିତ ଆନୁକୂଲ୍ୟରେ ଏକ ବିଶେଷ ଯୋଗ ଶିବିରର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା କୋର୍ଟର ସମସ୍ତ ବିଚାରପତି, କର୍ମଚାରୀ ଏବଂ ପ୍ରାଧିକରଣର ଅଧିକାର ମିତ୍ରମାନେ ଏକତ୍ରିତ ହୋଇ ଶୃଙ୍ଖଳିତ ଭାବେ ଯୋଗ ଅଭ୍ୟାସ କରିବା ସହ ସୁସ୍ଥ ଶରୀର ଓ ଶାନ୍ତ ମନ ପାଇଁ ଏହାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।