Home ରାଜ୍ୟବିପଦ ସଙ୍କୁଳ ଅବସ୍ଥାରେ ଜୀବନ ବିତାଉଛନ୍ତି ୧୫ ଗରିବ ପରିବାର : ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲେ ବ୍ଲକ ଅଧ୍ୟକ୍ଷା।

ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ବିତାଉଛନ୍ତି ୧୫ ଗରିବ ପରିବାର : ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲେ ବ୍ଲକ ଅଧ୍ୟକ୍ଷା।

by Maraguda Express
0 comments
ନୂଆପଡା-୦୧/୦୬- ଖାଦ୍ୟ, ବସ୍ତ୍ର ଓ ବାସଗୃହ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର। କିନ୍ତୁ ଆଜିର ଆଧୁନିକ ସମାଜରେ ବି ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ସୁରକ୍ଷିତ ଘର ଆଜି ବି ସ୍ୱପ୍ନ। ଏଭଳି ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲଛିପୁର ଗାଁର ସତନାମି ପଡାରୁ।
ଏହି ପଡ଼ାର ପ୍ରାୟ ୧୫ ଟି ଗରିବ ପରିବାର ଦୀର୍ଘ ବର୍ଷ ହେବ ଭଙ୍ଗା-ଦଦରା ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଘରେ ଅତି କଷ୍ଟ ଦାୟକ ଜୀବନ ବିତାଉଛନ୍ତି। ଏହି ଖବର ଗଣମାଧ୍ୟମ ଓ ପ୍ରଶାସନ ନଜରକୁ ଆସିବା ପରେ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଓ ବ୍ଲକ କର୍ମଚାରୀମାନେ ସେହି ପଡ଼ାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବର୍ଷା ହେଲେ ପର ବାରଣ୍ଡା ସାଜେ ସାହାରା!
ସତନାମୀ ପଡ଼ାରେ ମୋଟ ୨୫ ଟି ପରିବାର ବସବାସ କରୁଥିବା ବେଳେ ସେଥିରୁ ୧୫ ଟି ପରିବାରର ଅବସ୍ଥା ଅତି ଶୋଚନୀୟ।
ଭୟର ବାତା ବରଣ ମଧ୍ୟ ରେ ଜୀବନ ଅତିବାହିତ କରିବାକୁ ବାଧ୍ୟ,ଘରଗୁଡ଼ିକର ଛାତ ଅଧା ଭାଙ୍ଗି ଯାଇଛି। କେତେବେଳେ ଯେ ଘର ଭୁଶୁଡ଼ି ପଡ଼ିବ, ସେହି ଆଶଙ୍କାରେ ଲୋକେ ଦିନ କାଟୁଛନ୍ତି।
ସାମାନ୍ୟ ବର୍ଷା ହେଲେ ଏହି ଭଙ୍ଗା ଘର ଛାଡ଼ି ଗ୍ରାମବାସୀଙ୍କୁ ଅନ୍ୟ କାହାର ବାରଣ୍ଡାରେ ଆଶ୍ରୟ ନେବାକୁ ପଡ଼ିଥାଏ।
ଦିନ ମଜୁରିଆ ଭାବେ କାମ କରୁଥିବା ଏହି ଗରିବ ଲୋକଙ୍କ ପାଇଁ ନିଜ ସାମର୍ଥ୍ୟରେ ଘର ଖଣ୍ଡେ ତୋଳିବା ସମ୍ଭବପର ହେଉନାହିଁ।
“ସର୍ଭେ ପରେ ସର୍ଭେ, ହେଲେ ମିଳୁନି ଘର”
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ସର୍ଭେ ହେଉଛି ଏବଂ ପ୍ରତିଶ୍ରୁତି ମଧ୍ୟ ମିଳୁଛି, କିନ୍ତୁ ପ୍ରକୃତ ପକ୍ଷେ ସେମାନଙ୍କୁ ଆବାସ ଯୋଜନାରେ ଘର ମିଳୁନାହିଁ। କିଛି ପରିବାରର ଘରଡିହ ସୁଦ୍ଧା ନାହିଁ, ସେମାନେ ଅନ୍ୟ ଲୋକଙ୍କ ଜାଗାରେ ଝୁମ୍ପୁଡ଼ି କରି ରହୁଛନ୍ତି। ଏନେଇ ବାରମ୍ବାର ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ସେମାନେ ପ୍ରକାଶ କରିଛନ୍ତି।
୩ ମାସ ମଧ୍ୟରେ ମିଳିବ ଘର :- ବ୍ଲକ ଅଧ୍ୟକ୍ଷା
ପଡ଼ାବାସୀଙ୍କ ଏହି ଆକୁଳ ନିବେଦନ ଶୁଣିବା ପରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ତପ୍ତରତା ପ୍ରକାଶ କରିଛନ୍ତି।
ଆବାସ ଯୋଜନା ଘର ନଥିବା ସମସ୍ତ ପରିବାର ର କାଗଜପତ୍ର ତୁରନ୍ତ ସଂଗ୍ରହ କରାଯାଇ ଅନଲାଇନ୍ ବ୍ୟବସ୍ଥା କରାଯାଇଛି। ଆସନ୍ତା ୨ ରୁ ୩ ମାସ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷା ପ୍ରତିଶ୍ରୁତି ଦେଇଛନ୍ତି। ଯେଉଁ ଗରିବ ପରିବାରଙ୍କୁ ଏପର୍ଯ୍ୟନ୍ତ ରାସନ କାର୍ଡ ମିଳିନାହିଁ, ସେମାନଙ୍କୁ ମଧ୍ୟ ଯଥାଶୀଘ୍ର କାର୍ଡ ଯୋଗାଇ ଦିଆଯିବ।                                   ବ୍ଲକ ଅଧ୍ୟକ୍ଷାଙ୍କ ଏହି ଗସ୍ତ ଓ ପ୍ରତିଶ୍ରୁତି ପରେ,      ଦୀର୍ଘ   ଦିନ ଧରି ଦୁର୍ଦ୍ଦଶାରେ ଗତି କରୁଥିବା ସତନାମି ପଡ଼ାବାସୀ ଙ୍କ ମନରେ ଏବେ ସୁଧାର ର ଏକ ନୂଆ ଆଶା ସଞ୍ଚାର ହୋଇଛି। ସମସ୍ତେ ଚାହିଁ ରହିଛନ୍ତି କେବେ ପ୍ରଶାସନ ତାଙ୍କ ପ୍ରତିଶ୍ରୁତି ପୂରଣ କରୁଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha