54
ନୂଆପଡା -୨/୦୭- ଖରିଆର ରୋଡ଼ କୁ ସ୍ମାର୍ଟ, ସ୍ୱଚ୍ଛ, ସୁନ୍ଦର ଓ ଆଧୁନିକ ସହରରେ ପରିଣତ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ଖରିଆର ରୋଡ଼ ର ପୂର୍ବରୁ ଘୋଷିତ ବିଭିନ୍ନ ବିକାଶ ପ୍ରକଳ୍ପ ପାଇଁ ₹୯ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ମଞ୍ଜୁରି ପରେ ଖରିଆର ରୋଡ଼ ଏନଏସି ପକ୍ଷରୁ ଖୁବ୍ ଶୀଘ୍ର ସମସ୍ତ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ।
ଏହି ଉନ୍ନୟନ ଯୋଜନାକୁ ନେଇ ଡା. ସୋନିଆ ଜୈନ କହିଛନ୍ତି, “ଯାହା କହିଥିଲୁ, ତାହା କରି ଦେଖାଉଛୁ। ସ୍ମାର୍ଟ ଖରିଆର ରୋଡ଼ ଗଢ଼ିବାର ସଂକଳ୍ପକୁ ପର୍ଯ୍ୟାୟକ୍ରମେ ବାସ୍ତବ ରୂପ ଦିଆଯାଉଛି।” ସେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।