Home ରାଜ୍ୟପଞ୍ଚମପୁର ମଣ୍ଡିରେ ବର୍ଷା ପାଣିରେ ଭିଜୁଛି ଧାନ, ସରକାରୀ ଅବ୍ୟବସ୍ଥାକୁ ନେଇ ବର୍ଷିଲା ବିଜେଡି! 

ପଞ୍ଚମପୁର ମଣ୍ଡିରେ ବର୍ଷା ପାଣିରେ ଭିଜୁଛି ଧାନ, ସରକାରୀ ଅବ୍ୟବସ୍ଥାକୁ ନେଇ ବର୍ଷିଲା ବିଜେଡି! 

by Maraguda Express
0 comments
ନୂଆପଡ଼ା -୨/୦୭ -ଚାଷୀର ମେହନତ ଏବେ ପାଣିରେ! ନୂଆପଡ଼ା ଜିଲ୍ଲା ପଞ୍ଚମପୁର ଧାନ ମଣ୍ଡିରେ ବର୍ଷା ସମୟରେ ଧାନ ସଂରକ୍ଷଣର ଚରମ ଅବ୍ୟବସ୍ଥା ପୁଣି ଥରେ ପଦାରେ ପଡ଼ିଛି। ମଣ୍ଡି ଖୋଲିଛି ସତ, ହେଲେ ଅନ୍ନଦାତାର ସୁରକ୍ଷା ପାଇଁ ନାହିଁ ଉପଯୁକ୍ତ ବ୍ୟବସ୍ଥା। ଏଭଳି ସ୍ଥିତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ବିଜେଡି ପ୍ରତିନିଧି ଦଳ ଆଜି ସରଜମିନ ତଦନ୍ତ ପାଇଁ ମଣ୍ଡିରେ ପହଞ୍ଚିଛନ୍ତି। ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ଦଳ ପଞ୍ଚମପୁର ମଣ୍ଡି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ।  ମଣ୍ଡି ପରିସରରେ ଧାନ ବସ୍ତାଗୁଡ଼ିକ ଉପରେ ତ୍ରିପାଲ୍ ଘୋଡ଼ାଯାଇଥିଲେ ମଧ୍ୟ ତଳୁ ବର୍ଷା ପାଣି ପଶିଯାଇଛି। ବସ୍ତା ସବୁ ପାଣିରେ ବୁଡ଼ି ରହିଥିବାରୁ ଧାନ ଗଜା ହେବା ସହ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।                          “ସରକାର ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ ଏବଂ ମଣ୍ଡିରେ ସୁରକ୍ଷିତ ସଂରକ୍ଷଣ ବ୍ୟବସ୍ଥା ଯୋଗାଇ ଦିଅନ୍ତୁ।” — ଶ୍ରୀ ଦାସ ବର୍ମା, ପୂର୍ବତନ ଯୋଗାଣ ମନ୍ତ୍ରୀ  ।                                          ଏହି ସମୀକ୍ଷା ସମୟରେ ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ ଙ୍କ ସମେତ ବହୁ ସ୍ଥାନୀୟ ଚାଷୀ ଓ ଦଳୀୟ କର୍ମୀ ଉପସ୍ଥିତ ରହି ସରକାରୀ ଉଦାସୀନତା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।ବର୍ତ୍ତମାନ ପ୍ରଶ୍ନ ଉଠୁଛି— କେବେ ମିଳିବ ଚାଷୀଙ୍କୁ ନ୍ୟାୟ ? ସରକାର ଏହି ଅବ୍ୟବସ୍ଥା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha