79

ନୂଆପଡା -୨/୦୭ – ନୂଆପଡା ଜିଲ୍ଲା ର ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପକ୍ଷରୁ ବିକାଶ ଓ ଜନସେବାର ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ ସୃଷ୍ଟି କରାଯାଇଛି। ଖଡ଼ିଆଳ ନୂତନ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର) ଅଧୀନ ରେ ୧୮୫ ଜଣ ଯୋଗ୍ୟହି ତାଧିକାରୀ ଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ନିୟୋଜିତ ସଫେଇ କର୍ମଚାରୀମାନଙ୍କୁ ସୁରକ୍ଷା ସଫେଇ କିଟ୍ ବଣ୍ଟନ କରାଯାଇଥିଲା।
