Home ରାଜ୍ୟପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁରେଶ୍ୱର ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାଥ ପଣ୍ଡାଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା।

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁରେଶ୍ୱର ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାଥ ପଣ୍ଡାଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା।

by Maraguda Express
0 comments
ନୂଆପଡ଼ା -୫/୮- ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କୁରେଶ୍ୱର ପରିସରରେ ଆଜି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାଥ ପଣ୍ଡାଙ୍କ ଅବସର ଉପଲକ୍ଷେ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଶିକ୍ଷକତା ଜୀବନରେ ତାଙ୍କର ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଛାତ୍ରଛାତ୍ରୀଙ୍କ ପ୍ରତି ଅବଦାନକୁ ସ୍ମରଣ କରି ଉପସ୍ଥିତ ଅତିଥିମାନେ ତାଙ୍କୁ ସମ୍ମାନିତ କରିବା ସହ ଉଜ୍ଜ୍ୱଳ ଅବସର ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବାବେଳେ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡାଙ୍କ ଶିକ୍ଷା କ୍ଷେତ୍ରର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଶିବ ପ୍ରସାଦ ବେହେରା ଯୋଗଦେଇ ଶିକ୍ଷକଙ୍କ ଭୂମିକା ସମାଜ ଗଠନରେ କେତେ ଗୁରୁତ୍ୱପୂର୍ଣ୍ଣ ସେ ନେଇ ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷୀରୋଦ ନିବାସ ପଣ୍ଡା (ରାଜା ଏ.ଟି. ଉଚ୍ଚ ବିଦ୍ୟାଳୟ, ଖଡ଼ିଆଳ), ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋତି ରଞ୍ଜନ ପଣ୍ଡା (କୋମନା), ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଇନ୍ଦ୍ରମଣି ପାଣିଗ୍ରାହୀ (ବୋଡ଼େନ) ଏବଂ କୁରେଶ୍ୱର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ ଠାକୁର ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କ ଶିକ୍ଷକତା ଜୀବନର ସ୍ମରଣୀୟ ଅନୁଭୂତି ବାଣ୍ଟିବା ସହ ତାଙ୍କର ନିଷ୍ଠା ଓ ସେବାଭାବକୁ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମକୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବୁଦ୍ଧିକୋନର ଶଶି ପାତ୍ର ସୁନ୍ଦର ଭାବେ ପରିଚାଳନା କରିଥିବାବେଳେ, ବିଦ୍ୟାଳୟର ପଣ୍ଡିତ କୃଷ୍ଣ ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବହୁ ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଅବସରପ୍ରାପ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମଗ୍ର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha