178
ନୂଆପଡ଼ା -୧୬/୦୮- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଏକ୍ସକେଡର ଶିକ୍ଷକ ସଂଘ ପକ୍ଷରୁ ଦୁଇଜଣ ଅବସରପ୍ରାପ୍ତ/ବିଦାୟୀ ଶିକ୍ଷକଙ୍କୁ ନେଇ ଏକ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପିଏମ୍ଶ୍ରୀ ହାଇସ୍କୁଲ ପରିସରରେ ସିଆରସିସି ତରୁଣ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା।
ସଭାରେ ଏକ୍ସକେଡର ଶିକ୍ଷକ ସଂଘର ରାଜ୍ୟ ସଭାପତି ଜୟନ୍ତୀଲାଲ ସାହୁ ମୁଖ୍ୟ ଅତିଥି ଏବଂ ପ୍ରଧାନଶିକ୍ଷକ ମନୋରଞ୍ଜନ ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ଏକ୍ସକେଡର ସଂଘର ରାଜ୍ୟ ସମ୍ପାଦକ ହାନେଶ ପାତ୍ର ବାଗ, ପୂର୍ବତନ ଏକ୍ସକେଡର ନୂଆପଡ଼ା ଜିଲ୍ଲା ସଭାପତି ଅରୁଣ କୁମାର ଯୋଷୀ, ବିଦାୟୀ ଶିକ୍ଷକ ବସନ୍ତ କୁମାର ନାଏକ ଓ ବୁଢ଼ା ମାଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଲୋକ ରଞ୍ଜନ ପାଣିଗ୍ରାହୀ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଧନଞ୍ଜୟ ସାହୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ବିଦାୟୀ ଶିକ୍ଷକ ଶ୍ରୀନାଏକ ଓ ଶ୍ରୀମାଲିଙ୍କ ଶିକ୍ଷାଦାନ ପ୍ରତି ସମର୍ପଣ, ନିଷ୍ଠା ଓ ଅବଦାନକୁ ସ୍ମରଣ କରାଯାଇ ସେମାନଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ବେଣୁଧର ନାଏକ ଓ ଲୋକନାଥ ମେହେର ମାନପତ୍ର ପାଠ କରିଥିଲେ। ସଭା ଶେଷରେ ପ୍ରଦୀପ୍ତ କୁମାର ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଶଶିମୁଖୀ ପ୍ରଧାନ, ପୁଷ୍ପାଞ୍ଜଳି କାଛି, ନିଲେନ୍ଦ୍ରି ନିଆଲ, ସୁରଭି ପଣ୍ଡା, ଖଗେଶ୍ୱର ମେହେର, ସରୋଜ କୁମାର ପାଢ଼ୀ, ଦଶରଥ ଦଣ୍ଡସେନା, ଅର୍ଜୁନ ନାଏକ, ଅଚ୍ୟୁତ ମେହେର, ସାମନ୍ତ ଦାଶ, ହୀରାଲାଲ ସାହୁ, ସନ୍ତୋଷ ସାହୁ, ଭୂତେଶ୍ୱର ନାଏକ, ବିନୋଦ ବିହାରୀ ଚିନଗୁନ, କୋକିଳ ସୁନାନୀ, ଦେବାର୍ଚନ ବିଶିଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।