ନୂଆପଡ଼ା -୧୪/୧୧ (ସୁରେନ୍ଦ୍ର ତିୱାରୀ) ସେଣ୍ଟ୍ରାଲ ବେଙ୍କ ଅଫ ଇଣ୍ଡିଆ ର ନୂଆପଡା ଶାଖାରେ ବେଙ୍କ ଗ୍ରାହକ ଙ୍କୁ ଉଚିତ ସେବା ପ୍ରଦାନ ରେ ଅବହେଳା କରିବା ଯୋଗୁଁ ସେମାନେ ହନ୍ତସନ୍ତ ହେଉଥିବା ନେଇ ଏକ ସଂଗୀନ ତଥା ଗୁରୁତର ଅଭିଯୋଗ ଶୁଣିବାକୁ ମିଳୁଛି।କୋମନା ଗ୍ରାମର ଜନୈକ ଵ୍ୟକ୍ତି ଏହି ବେଙ୍କ ରେ ଥିବା ନିଜ ସଞ୍ଚୟ ଜମା ଖାତା ବନ୍ଦ କରିବା ପାଇଁ ଗତ ୨୦୨୪ ମସିହା ଫେବୃଆରୀ ତିନି ତାରିଖ ଦିନ ଆବଶ୍ୟକ ଦରଖାସ୍ତ ସହ ବେଙ୍କ ପାସ ବହି ଓ ଏଟିଏମ କାର୍ଡ କୁ ବେଙ୍କ ରେ ପ୍ରତ୍ୟର୍ପଣ କରିଥିଲେ। ଏହା ସତ୍ୱେ ବେଙ୍କ କର୍ତୃପକ୍ଷ ବେଙ୍କ ଏକାଉଣ୍ଟ ବନ୍ଦ କରିନଥିଲେ। ସମ୍ପୃକ୍ତ ବେଙ୍କ ଏକାଉଣ୍ଟ ରେ ଟଙ୍କା ନ ଥିବା ଦର୍ଶାଇ ଉକ୍ତ ଗ୍ରାହକ ଙ୍କ ପାଖକୁ ଟଙ୍କା ଜମା ପାଇଁ ବାରମ୍ବାର ମେସେଜ ଆସିଥିଲା। ଏ ନେଇ ସମ୍ପୃକ୍ତ ଗ୍ରାହକ ବେଙ୍କ ମେନେଜର ଙ୍କୁ ଫୋନ୍ ମାଧ୍ୟମରେ ଅଭିଯୋଗ କରିଥିଲେ। ତେବେ ସେ ବେଙ୍କ କୁ ଆସି ଏ ସମ୍ପର୍କରେ ବୁଝନ୍ତୁ, ମୋ କର୍ତୃତ୍ୱଓ ନିୟନ୍ତ୍ରଣ ରେ ଅପରେସନାଲ ଷ୍ଟାଫ ନାହାନ୍ତି, ମୁଁ କିଛି କରିପାରିବି ନାହିଁ, ମୁଁ ବର୍ତ୍ତମାନ ବାହାରେ ଅଛି,ଆପଣ ଉପରିସ୍ଥ ଅଧିକାରୀ ଙ୍କୁ କହନ୍ତୁ କିମ୍ବା ଯାହା କରିବା କଥା କରନ୍ତୁ ବୋଲି ରୁକ୍ଷ ଭାବେ ଉତ୍ତର ରଖିଥିଲେ।ତାଙ୍କୁ ଉପରିସ୍ଥ ଅଧିକାରୀ ଙ୍କ ଯୋଗାଯୋଗ ଫୋନ ନମ୍ବର ମାଗିବାରୁ ସେ ତାହା ମଧ୍ୟ ଦେଇ ନ ଥିଲେ। ବାଧ୍ୟ ହୋଇ ସମ୍ପୃକ୍ତ ଗ୍ରାହକ ଜଣକ ଅଯଥା ଖର୍ଚ୍ଚାନ୍ତ ଓ ହଇରାଣ ର ଶିକାର ହୋଇ ନୂଆପଡା ଆସି ବେଙ୍କ କୁ ଯାଇଥିଲେ.। ସେଠାରେ ତାଙ୍କୁ ଅଯଥା ରେ ଏଭଳି ବିଳମ୍ବ ଜନିତ ଏକାଉଣ୍ଟ ବନ୍ଦ ଯୋଗୁଁ ଆର୍ଥିକ କ୍ଷତି ସହି ଏକାଉଣ୍ଟ ବନ୍ଦ କରିବାକୁ ପଡିଥିଲା। ଅପରପକ୍ଷେ ବେଙ୍କ ସମ୍ବନ୍ଧୀୟ କିଛି ତଥ୍ୟ ପାଇବାକୁ ସେ ସୂଚନାଧିକାର ଆଇନ ଅନୁଯାୟୀ ଆବେଦନ କରିବାରୁ ତାଙ୍କ ବେଙ୍କ ରେ ଜନସୂଚନା ଅଧିକାରୀ ନିୟୋଜିତ ହୋଇନଥିବା ଶାଖା ପରିଚାଳକ ପ୍ରକାଶ କରିବା ସହ ଆଇନଗତ ବ୍ୟବସ୍ଥା ଥାଇ ମଧ୍ୟ ଆବେଦନ ଶୁଳ୍କ ବାବଦକୁ ନଗଦ ଦଶ ଟଙ୍କା ଦେବାସତ୍ୱେ ତାହା ଗ୍ରହଣ କରି ପ୍ରାପ୍ତି ସ୍ୱୀକାର ଦେବା ପରିବର୍ତ୍ତେ ଆବେଦନ ଫି ନଗଦ ଆକାରରେ ଗ୍ରହଣ କରିବାକୁ ମନା କରିଦେଇଥିଲେ।ବେଙ୍କ ରେ ସୂଚନାଧିକାର ଆଇନ ଅନୁଯାୟୀ ଜନସୂଚନା ଅଧିକାରୀ ଙ୍କ ନାମ,ଠିକଣା, ଯୋଗାଯୋଗ ଫୋନ ସ୍ୱତପ୍ରବୃତ ଭାବେ ପ୍ରକାଶନ ପାଇଁ ନିର୍ଦେଶ ସତ୍ୱେ ବେଙ୍କ ଶାଖାରେ ଏହା ନ ଥିବା ଦେଖିବାକୁ ମିଳିଥିଲା। ବେଙ୍କ ସେବା ପ୍ରଦାନ ରେ ଏଭଳି ଅବହେଳା ଓ ପରିଚାଳକ ଙ୍କ ଖାମଖିଆଲି ମନୋବୃତ୍ତି ପାଇଁ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବା ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


ବେଙ୍କ ସେବା ପ୍ରଦାନ ରେ ଅବହେଳା: ଗ୍ରାହକ ହନ୍ତସନ୍ତ
104