Home ରାଜ୍ୟ‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ ଅଭିଯୋଗ : ନୂଆପଡ଼ା ରେ ବିଜେପିର ବିଶାଳ ପ୍ରତିବାଦ ଶୋଭାଯାତ୍ରା ଓ କୁଶପୁତ୍ତଳିକା ଦାହ।

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ ଅଭିଯୋଗ : ନୂଆପଡ଼ା ରେ ବିଜେପିର ବିଶାଳ ପ୍ରତିବାଦ ଶୋଭାଯାତ୍ରା ଓ କୁଶପୁତ୍ତଳିକା ଦାହ।

by Maraguda Express
0 comments
ନୂଆପଡ଼ା -୧୬/୦୮- ନୂଆଦିଲ୍ଲୀ ସ୍ଥିତ ଏଆଇସିସି  ମୁଖ୍ୟ କାର୍ଯ୍ୟାଳୟରେ କଂଗ୍ରେସ ନେତୃବୃନ୍ଦଙ୍କ ଦ୍ୱାରା ଜାତୀୟ ଗୀତ  ‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ଅଭିଯୋଗରେ ସାରା ଦେଶ ସମେତ ନୂଆପଡ଼ାରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଦେଶର ସ୍ୱାଭିମାନ ଓ ଗୌରବର ପ୍ରତୀକ ‘ବନ୍ଦେ ମାତରମ୍’ ପ୍ରତି କଂଗ୍ରେସର ଏଭଳି ମନୋଭାବକୁ ବିରୋଧ କରି ନୂଆପଡ଼ା ଜିଲ୍ଲା ବିଜେପି ପକ୍ଷରୁ ଆଜି ପ୍ରାୟ ୪ ଟା ସମୟ ରେ ଏକ ବିଶାଳ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଏକତା ଛକ ଠାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ବିଜେପି ସଭାପତି କମଲେଶ ଦୀକ୍ଷିତଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଓ ନେତୃବୃନ୍ଦ ସ୍ଥାନୀୟ ଏକତା ଛକରେ ଏକତ୍ରିତ ହୋଇ କଂଗ୍ରେସ ବିରୋଧରେ ଜୋରଦାର ନାରାବାଜି କରିଥିଲେ। ଦେଶପ୍ରେମ ପ୍ରତି ଅସମ୍ମାନ ପ୍ରଦର୍ଶନ ଅଭିଯୋଗ ଆଣି ବିଜେପି କର୍ମୀମାନେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରି ତୀବ୍ର କ୍ଷୋଭ ପ୍ରକାଶ କରିଥିଲେ।
ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲାର ବହୁ ବରିଷ୍ଠ ନେତା ତଥା କର୍ମକର୍ତ୍ତା ସାମିଲ ଥିଲେ।
🔷 ଜିଲ୍ଲା ସାଧାରଣ ସମ୍ପାଦକ ଅଭିନନ୍ଦନ ପଣ୍ଡା
🔷 ବରିଷ୍ଠ ନେତା ଦେବଦେବ ସିଂହଦେଓ, ଅଜିତ ଚଳାନ, ଜ୍ଞାନ ମେଘ
🔷 ନଗର ସଭାପତି ସଦାନନ୍ଦ ଯୋଷୀ
🔷 ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ
🔷 ଖଡ଼ିଆଳ ଏନ୍‌ଏସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ସମେତ
ହେମା କୁମାର ସାହୁ, ସୁନୀଲ ସାହୁ, ସନ୍ତୋଷ ସାହୁ, ଜୈରାମ କୈବର୍ତ୍ତ, ଯୁବରାଜ ଜଗତ, ଯୁବରାଜ ଚନ୍ଦ୍ରପାର, ରତ୍ନାକର ହଂସ, ଗିରିଧର ଗୋପାଳ, ଗୋବିନ୍ଦ ଦଣ୍ଡସେନା, ଶିବୁ ହୋତା, ଶତ୍ରୁଘ୍ନ ସ୍ୱାଇଁ, ଭକ୍ତ ବିଶି, ବାବା ଠାକୁର, ରାତ୍ର ମନହିରା, ଜୟ ହୋତା ଏବଂ ରଞ୍ଜିତ ଦଣ୍ଡସେନାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରତିବାଦ ଜଣାଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha