71
🛍️ ସ୍ଥାନୀୟ ଉତ୍ପାଦକୁ ମିଳିବ ବଜାର।
🌱 ରାକ୍ଷୀ ସହ ପରିବେଶ ସୁରକ୍ଷାର ବାର୍ତ୍ତା।
🤝 SHG ସଦସ୍ୟଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା।
Table of Contents
ନୂଆପଡ଼ା -୨୫/୦୮- ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ, ଭଲପାଇବା ଓ ସୁରକ୍ଷାର ପ୍ରତୀକ ରକ୍ଷାବନ୍ଧନକୁ ଅଧିକ ଅର୍ଥପୂର୍ଣ୍ଣ କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଙ୍କ ଉତ୍ପାଦକୁ ବ୍ୟାପକ ବଜାର ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ଓରମାସ, ନୂଆପଡ଼ା ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ରାକ୍ଷୀ ମେଳା ଆଜି ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ମେଳାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଆଜିଠାରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମୀଣ କାରିଗର ଓ ସ୍ଥାନୀୟ ଉଦ୍ୟୋଗୀମାନେ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ ସୁନ୍ଦର ଓ ଆକର୍ଷଣୀୟ ରାକ୍ଷୀ ସମେତ ବିଭିନ୍ନ ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି।

ମେଳାରେ ଅଂଶଗ୍ରହଣ କରିଥିବା SHG ସଦସ୍ୟମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ସେମାନଙ୍କ ଉତ୍ପାଦ, ବ୍ୟବସାୟିକ ଉଦ୍ୟମ ଓ ବଜାର ସମ୍ପର୍କିତ ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ। ସ୍ଥାନୀୟ ମହିଳା ଉଦ୍ୟୋଗୀଙ୍କ ଉତ୍ପାଦକୁ ଅଧିକ ବଜାର ସୁଯୋଗ ମିଳିଲେ ସେମାନଙ୍କ ଆୟ ବୃଦ୍ଧି ସହ ଆର୍ଥିକ ସ୍ୱାବଲମ୍ବନ ଆହୁରି ମଜବୁତ ହେବ ବୋଲି ଆଶା ପ୍ରକାଶ କରାଯାଇଛି।ମହିଳା ସଶକ୍ତିକରଣ, ସ୍ଥାନୀୟ ଉତ୍ପାଦର ପ୍ରୋତ୍ସାହନ ଓ ପରିବେଶ ସୁରକ୍ଷା—ଏହି ତିନୋଟି ଲକ୍ଷ୍ୟକୁ ଏକାଠି ନେଇ ଆଗକୁ ବଢ଼ାଇବାରେ ଓରମାସ, ନୂଆପଡ଼ାର ଏହି ରାକ୍ଷୀ ମେଳା ଏକ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଉଛି।ଉଦ୍ଘାଟନ ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଓରମାସ ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦେଶ ଘୋଷଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।