Home ରାଜ୍ୟଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ମାମଲାରେ କଡ଼ା ଦଣ୍ଡ : ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ, ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା।

ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ମାମଲାରେ କଡ଼ା ଦଣ୍ଡ : ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ, ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା।

by Maraguda Express
0 comments
ନୂଆପଡ଼ା- ୨୫/୮- ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲ୍ଲାର ରାଜିମ ଥାନା ଅଞ୍ଚଳରେ ଘଟିଥିବା ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ମାମଲାରେ ରାଜିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ହୋଇଛି।
ସୂଚନା ଅନୁଯାୟୀ, ୨୦୨୪ ମସିହାରେ ରାଜିମ ଥାନା ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଦୁଇଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ଗଞ୍ଜେଇ ସହ ଗିରଫ କରାଯାଇଥିଲା। ଏହି ଘଟଣାକୁ ନେଇ ରାଜିମ ଥାନାରେ କେସ୍ ନମ୍ବର ୩୯୯/୨୦୨୪ ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ NDPS ଆଇନର ଧାରା ୨୦(ବି) ଅନୁଯାୟୀ ମାମଲା ରୁଜୁ ହୋଇଥିଲା।
ମାମଲାର ତଦନ୍ତ ପରେ ରାଜିମ ପୋଲିସ ଅଭିଯୁକ୍ତମାନଙ୍କୁ ସମୟମତେ କୋର୍ଟରେ ହାଜର କରିବା ସହିତ ମାମଲା ସମ୍ପର୍କିତ ସାକ୍ଷୀ, ବୈଜ୍ଞାନିକ ତଥ୍ୟ ଓ ଆବଶ୍ୟକ ପ୍ରମାଣପତ୍ର କୋର୍ଟରେ ଦାଖଲ କରିଥିଲା। ଉପସ୍ଥାପିତ ପ୍ରମାଣ ଓ ତଥ୍ୟ ଆଧାରରେ ରାଜିମ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି।
ଦଣ୍ଡିତ ଦୁଇ ଅଭିଯୁକ୍ତ ହେଲେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ହରିଶଙ୍କରରୋଡର ଦେବ ରାଜ ପୁଟେଲ (୪୪) ଓ ଶେଖର ପୁଟେଲ (୨୨)। ଉଭୟଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଓ ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଏହି ରାୟ ମାଧ୍ୟମରେ ନିଶାଦ୍ରବ୍ୟ ଚୋରାଚାଲାଣ ବିରୋଧରେ ଆଇନର କଠୋରତା ପୁଣିଥରେ ସ୍ପଷ୍ଟ ହୋଇଛି। ଆନ୍ତଃରାଜ୍ୟ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବା ଦିଗରେ ପୋଲିସର ତଦନ୍ତ ଓ ଆଇନଗତ ପଦକ୍ଷେପକୁ ଏହି ରାୟ ଗୁରୁତ୍ୱ ଦେଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha