Home ରାଜ୍ୟସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା।

ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା।

by Maraguda Express
0 comments
ନୂଆପଡ଼ା -୦୪/୦୯- ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘ସିଏମ୍‌ କିଷାନ’ ଯୋଜନା ଅଧୀନରେ ୨୦୨୬-୨୭ ରବି ଋତୁ ପାଇଁ ୫ମ କିସ୍ତି ସହାୟତା ରାଶି ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓୟୁଏଟିଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ରାଶିର ଡିବିଟି ମାଧ୍ୟମରେ ପ୍ରଦାନ କରିଥିଲେ। ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ବିଶେଷ ଭାବେ ଅନୁନ୍ନତ ଜନଜାତି ବର୍ଗ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି। ଏଥିପାଇଁ ୮୩୩ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।ଏହି ଅବସରରେ ନୂଆପଡ଼ା ଜିଲ୍ଲାର ସିଲଦା ସ୍ଥିତ ଡିପିଆରସି ଭବନଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ନୂଆପଡ଼ା ବ୍ଲକ୍‌ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ୍‌ ଏନ୍‌ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ୍‌, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂହ ମାଝୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, କୃଷକ ହିତାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ନୂଆପଡ଼ା ଜିଲ୍ଲାରେ ‘ସିଏମ୍‌ କିଷାନ’ ଯୋଜନାରେ ୯୭,୮୦୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧୯ କୋଟି ୫୬ ଲକ୍ଷ ୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ୩୧୧ ଜଣ ଭୂମିହୀନ କୃଷକ ପରିବାରଙ୍କୁ ୧୩ ଲକ୍ଷ ୨୭ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି। ଉଭୟ ବର୍ଗକୁ ମିଶାଇ ଜିଲ୍ଲାର ମୋଟ ୯୮,୧୧୨ ଜଣ ହିତାଧିକାରୀଙ୍କ ଖାତାକୁ ୧୯ କୋଟି ୬୯ ଲକ୍ଷ ୨୯ ହଜାର ୫୦୦ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।ଏହି ଆର୍ଥିକ ସହାୟତା ଖରିଫ ଋତୁରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କ୍ରୟ ସହ ଚାଷ କାର୍ଯ୍ୟର ଆବଶ୍ୟକ ଖର୍ଚ୍ଚ ଭରଣାରେ ସହାୟକ ହେବ। ଚାଷୀଙ୍କ ଆର୍ଥିକ ସୁରକ୍ଷା ସୁଦୃଢ଼ କରିବା ସହ କୃଷିକୁ ଅଧିକ ସମୃଦ୍ଧ ଓ ଲାଭଜନକ କରିବା ଦିଗରେ ‘ସିଏମ୍‌ କିଷାନ’ ଯୋଜନା ରାଜ୍ୟ ସରକାରଙ୍କ ଚାଷୀକଲ୍ୟାଣ ପ୍ରତିବଦ୍ଧତାର ଏକ ପ୍ରମୁଖ ପଦକ୍ଷେପ।

 

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha