Home ରାଜ୍ୟଲକ୍ଷାଧିକ ଟଙ୍କାର କୋଠା ଅଛି, କିନ୍ତୁ ମିଳୁନି ସ୍ୱାସ୍ଥ୍ୟସେବା: କୋମନା ବ୍ଲକରେ ନିର୍ମାଣ ସରିବାର ଦୁଇ ବର୍ଷ ପରେ ବି ତାଲା ଝୁଲୁଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ।

ଲକ୍ଷାଧିକ ଟଙ୍କାର କୋଠା ଅଛି, କିନ୍ତୁ ମିଳୁନି ସ୍ୱାସ୍ଥ୍ୟସେବା: କୋମନା ବ୍ଲକରେ ନିର୍ମାଣ ସରିବାର ଦୁଇ ବର୍ଷ ପରେ ବି ତାଲା ଝୁଲୁଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ।

by Maraguda Express
0 comments
ନୂଆପଡ଼ା -୦୪/୦୯- ଗ୍ରାମାଞ୍ଚଳ ଲୋକଙ୍କ ଘରଦ୍ୱାରରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ସରକାର ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ଓ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ଏବେ ବାଟବଣା।
​କୋମନା ବ୍ଲକର ମୁଣ୍ଡାପଲା, ସମରସିଙ୍ଗ, ଶୁକ୍ଳିମୁଣ୍ଡି, ଟିକ୍ରାପଡ଼ା ଏବଂ ବୁଦ୍ଧିକୋମନା ପଞ୍ଚାୟତ ର ଡୋଙ୍ଗିରୀପାଲି ଗାଁ ଭଳି ଗ୍ରାମରେ ଉପ-ସ୍ୱାସ୍ଥ୍ୟ କେନ୍ଦ୍ରର କୋଠା ନିର୍ମାଣ ସରିବାର ପ୍ରାୟ ଦୁଇ ବର୍ଷ ବିତିଯାଇଛି। କିନ୍ତୁ ଆଜି ଯାଏଁ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିନାହିଁ। ନିୟମିତ ଭାବେ କୌଣସି ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତର ଆସୁନଥିବାରୁ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ସମ୍ପତ୍ତି ଅବ୍ୟବହୃତ ହୋଇ ଭୂତକୋଠି ପାଲଟିଛି।
​ସ୍ଥାନୀୟ ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରେ ବିଡିଓଙ୍କ ନିକଟକୁ ଆସିଥିବା ସରକାରୀ ନିର୍ଦ୍ଦେଶନାମାରେ ଏହି ପାଞ୍ଚଟି ଗ୍ରାମର ନାମ ବାଦ୍ ପଡ଼ିଛି ଏବଂ ଅନ୍ୟ କେତେକ ଗ୍ରାମକୁ କେନ୍ଦ୍ର ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ରହିଛି। ଏହି ବିଭାଗୀୟ ଦ୍ୱନ୍ଦ୍ୱ ଯୋଗୁଁ ବଳି ପଡ଼ୁଛନ୍ତି ସାଧାରଣ ଲୋକେ।
​ସଙ୍କଟରେ ଦୁର୍ଗମ ଅଞ୍ଚଳବାସୀ
​ଟିକ୍ରାପଡ଼ା ପଞ୍ଚାୟତର ପାହାଡ଼-ଜଙ୍ଗଲ ଘେରା ‘ପାଟପାଣୀ’ ଭଳି ଦୁର୍ଗମ ଗାଁର ଲୋକେ ଜରୁରୀକାଳୀନ ସ୍ଥିତିରେ ଚିକିତ୍ସା ପାଇଁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।
​ନିକଟରେ ଚିକିତ୍ସା ସୁବିଧା ନଥିବାରୁ ଗର୍ଭବତୀ ମହିଳା, ବୃଦ୍ଧ, ଶିଶୁ ଏବଂ ଗୁରୁତର ରୋଗୀଙ୍କୁ ଦୂର ଡାକ୍ତରଖାନାକୁ ନେବା ଗରିବ ପରିବାରଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି।
​ନିର୍ମାଣ ସରିବା ସତ୍ତ୍ୱେ କେଉଁ କାରଣରୁ ଏହାକୁ ଖୋଲାଯାଉନାହିଁ ଏବଂ ଏଥିପାଇଁ କିଏ ଦାୟୀ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ। ଦୀର୍ଘ ଦୁଇ ବର୍ଷର ଅବହେଳା ପଛରେ ଥିବା କାରଣର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।
​

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha