Home ରାଜ୍ୟଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ସାହର ସହ ପାଳିତ ହେଲା ଗୁରୁ ଦିବସ: କୃତୀ ଓ ଶୃଙ୍ଖଳିତ ଛାତ୍ରଛାତ୍ରୀ ପୁରସ୍କୃତ।

ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ସାହର ସହ ପାଳିତ ହେଲା ଗୁରୁ ଦିବସ: କୃତୀ ଓ ଶୃଙ୍ଖଳିତ ଛାତ୍ରଛାତ୍ରୀ ପୁରସ୍କୃତ।

by Maraguda Express
0 comments
ନୂଆପଡ଼ା -୦୫/୦୯- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶ୍ରଦ୍ଧା, ସମ୍ମାନ ଓ ଭାବାବେଗଭରା ପରିବେଶ ମଧ୍ୟରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଯୋଷୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟୁତ ଖମାରୀ ଏବଂ ସାରଙ୍ଗପାଣି ଦଣ୍ଡସେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲ ପରିଚାଳନା କମିଟିର ସଭାପତି ଅରୁଣ ନିଆଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।
ମଞ୍ଚାସୀନ ଶିକ୍ଷକ-ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଶୀ, ବୈଷ୍ଣବ ମେହେର, ସୁମିତ୍ରା ମେହେର ଓ ଉଗ୍ରେସନ ହଂସ ଗୁରୁ ଦିବସର ମହତ୍ତ୍ୱ, ଆଦର୍ଶ ସମାଜ ଗଠନରେ ଶିକ୍ଷକଙ୍କ ଅବଦାନ ଏବଂ ଗୁରୁ-ଶିଷ୍ୟଙ୍କ ନିଃସ୍ୱାର୍ଥପର ପବିତ୍ର ସମ୍ପର୍କ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ।
ଶୃଙ୍ଖଳିତ ବିଦ୍ୟାର୍ଥୀଙ୍କୁ ସମ୍ମାନ:
ଏହି ଅବସରରେ ଶିକ୍ଷାର୍ଥୀଙ୍କ ମଧ୍ୟରେ ଶୃଙ୍ଖଳା ବୃଦ୍ଧି ପାଇଁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା:
🔷 ଚତୁର୍ଥ ଶ୍ରେଣୀ: ଆକୃତି ବାଗ
🔷 ପଞ୍ଚମ ଶ୍ରେଣୀ: ଯାଜ୍ଞସେନୀ ମଶ୍ରା
🔷 ଷଷ୍ଠ ଶ୍ରେଣୀ: ପ୍ରିନ୍ସ ବିଶି
🔷 ସପ୍ତମ ଶ୍ରେଣୀ: ସଂଘମିତ୍ରା ନାୟକ
🔷 ଅଷ୍ଟମ ଶ୍ରେଣୀ: ନିରୁପମା ମଶ୍ରା
🔷 ଶ୍ରେଷ୍ଠ ଶୃଙ୍ଖଳିତ ଶ୍ରେଣୀ: ଷଷ୍ଠ ଶ୍ରେଣୀକୁ ସମ୍ମାନିତ କରାଯାଇ ଉତ୍ସାହିତ କରାଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷକ ବୈଷ୍ଣବ ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନେ ଭକ୍ତିଭାବର ସହ ଗୁରୁପୂଜନ କରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha