61
ନୂଆପଡ଼ା -୭/୧୦- ଯୁବପିଢ଼ିଙ୍କୁ ସେନାବାହିନୀରେ ଯୋଗଦାନ ପାଇଁ ଆବଶ୍ୟକ ଶାରୀରିକ ଓ ଲିଖିତ ପରୀକ୍ଷାରେ ସଫଳତା ହାସଲ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ନ୍ୟାସନାଲ ମହାବିଦ୍ୟାଳୟରେ ଅଗ୍ନିବୀର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପ୍ରାୟୋଜନରେ ଗ୍ରାମୋଦୟ ଯୋଜନା ଅଧୀନରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ପକ୍ଷରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ହିତେଶ କୁମାର ସାହୁ, ଖେଳ ଶିକ୍ଷକ ପ୍ରକାଶ କୁମାର ସାହୁ, ଜାତୀୟ ସେବା ଯୋଜନା ଅଧିକାରୀ ହେମାଲ୍ ସା, ରଞ୍ଜିତ୍ ନାଏକ ଓ ବୈଷ୍ଣବ ରଣା ଉପସ୍ଥିତ ଥିଲେ। ଏହି ଚୟନ ପ୍ରକ୍ରିୟାରେ ମୋଟ ୭୫ ଜଣ ଅଗ୍ନିବୀର ଆଶାୟୀ ଅଂଶଗ୍ରହଣ କରିଥିବାବେଳେ, ସେଥିମଧ୍ୟରୁ ୩୦ ଜଣଙ୍କୁ ୧୦ ଦିନିଆ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଛି। ଚୟନିତ ଆଶାୟୀମାନଙ୍କ ପାଇଁ ୧୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଚାଲିବ।
ପ୍ରଶିକ୍ଷଣ ସମୟରେ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ଦ୍ୱାରା ଶାରୀରିକ ଦକ୍ଷତା, ଡ୍ରିଲ୍, ଶୃଙ୍ଖଳା, ଦୈହିକ ପ୍ରସ୍ତୁତି ସହ ଅଗ୍ନିବୀର ନିଯୁକ୍ତି ପରୀକ୍ଷା ପାଇଁ ଆବଶ୍ୟକ ବିଭିନ୍ନ ପ୍ରସ୍ତୁତି ଉପରେ ତାଲିମ ଦିଆଯିବ।