Home ରାଜ୍ୟକୋନାବୀରା ରେ ଐତିହାସିକ ପଦକ୍ଷେପ : ଗଠନ ହେଲା ‘ଜନ ସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ୍ ଆସୋସିଏସନ୍।’

କୋନାବୀରା ରେ ଐତିହାସିକ ପଦକ୍ଷେପ : ଗଠନ ହେଲା ‘ଜନ ସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ୍ ଆସୋସିଏସନ୍।’

by Maraguda Express
0 comments
ନୂଆପଡ଼ା -୦୮/୦୮- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ କୋନାବିରାଠାରେ “ଜନ ସଂଘର୍ଷ ଅକ୍ଷମ ସଂଘ”ର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି କପିଲ ଦେବ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସାମାଜିକ, ଆର୍ଥିକ ତଥା କ୍ରୀଡ଼ା କ୍ଷେତ୍ରରେ ବିକାଶ ପାଇଁ ଅନେକ ପ୍ରସ୍ତାବ ଉପରେ ଗ୍ରହଣ କରାଯାଇଛି।
ଏହି ସଭାରେ ମୁଖ୍ୟ ଆକର୍ଷଣ ସାଜିଥିଲା “ଜନ ସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ୍ ଆସୋସିଏସନ୍, ନୂଆପଡ଼ା” (ହୁଇଲ୍ ଚେୟାର କ୍ରିକେଟ୍ ଟିମ୍) ର ନୂତନ ଗଠନ। ଜିଲ୍ଲାର କୋଣଅନୁକୋଣରୁ ଆସିଥିବା ପ୍ରତିଭାବାନ ଦିବ୍ୟାଙ୍ଗ ଖେଳାଳିମାନଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି, ଯାହା ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ନୂଆପଡ଼ା ଜିଲ୍ଲାର ନାମ ଗୌରବାନ୍ୱିତ କରିବ।
ଟିମ୍‌ର କର୍ମକର୍ତ୍ତା ଓ ପ୍ରମୁଖ ସଦସ୍ୟ:
ସଭାପତି / କ୍ୟାପ୍ଟେନ୍ : କୈବଲ୍ୟ ବାଗ,
ଉପ-କ୍ୟାପ୍ଟେନ୍ : ସୁରୁ ବାଗ
ସମ୍ପାଦକ : ଟଙ୍କଧର ମେହେର
କୋଚ୍ / ସଂଯୋଜକ : କପିଳ ଦେବ ରାଉତ
ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ / ଖେଳାଳି : କେଶବ ନାଏକ, ଉଗ୍ରେସନ ଛାତ୍ରିଆ, ଶିବରାମ ବାଗ, କିଶୋର ଅଦା, ଭକ୍ତ ମଲ୍ଲିକ, ଦିନେଶ୍ୱର ନିଆଲ, ଚୌବନ ମହାନନ୍ଦ, ଜ୍ୟୋତିଷ ମଲ୍ଲିକ, ଈଶ୍ୱର ମାଝୀ, ମଧୁସୂଦନ ଜାନୀ, ପ୍ରେମାଲଲ ରାଉତ, ଗୁଗା ଜାନୀ, ପ୍ରଦୀପ ବାଗ ଓ ମଣିରାମ।
ପ୍ରମୁଖ ନିଷ୍ପତ୍ତିସମୂହ ହେଲା, ସରକାରୀ ସହାୟତା ପାଇଁ ଦାବି। ବ୍ୟାଙ୍କ ଋଣ ଓ ଜୀବିକା ପାଇଁ ପିଡିଏସ ଚାଉଳ ଓ ଗାଡ଼ି/ସାମଗ୍ରୀ ଯୋଗାଇ ଦେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ।
ଖେଳାଳିଙ୍କ ଦକ୍ଷତା ବୃଦ୍ଧି: ହୁଇଲ୍ ଚେୟାର କ୍ରିକେଟ୍ ଟିମ୍‌ ର ଖେଳାଳିମାନଙ୍କୁ ଉଚ୍ଚମାନର ତାଲିମ ଦେଇ ଆଗାମୀ ଦିନରେ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯିବ।
ସ୍ୱାଧୀନତା ଦିବସ ପାଳନ: ଆଗାମୀ ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ସଂଘ ପକ୍ଷରୁ ମହାସମାରୋହରେ ପାଳନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।
ସଭା ଶେଷରେ ଧନ୍ୟବାଦ ଅର୍ପଣ ସହ ସଭାପତି ସଭା ସମାପ୍ତ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ଜିଲ୍ଲାର ସମସ୍ତ ମହଲରୁ ପ୍ରଶଂସା କରାଯାଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha