Home ରାଜ୍ୟ୭୧ ତମ ବ୍ୟାଙ୍କ ଦିବସରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନୂଆପଡ଼ା ର ମାନବିକ ପଦକ୍ଷେପ : ରକ୍ତଦାନ ଶିବିର ସହ ଜିଲ୍ଲା ଚିକିତ୍ସାଳୟ କୁ ୨୦୦ ଷ୍ଟିଲ ପାଣି ବୋତଲ ପ୍ରଦାନ।

୭୧ ତମ ବ୍ୟାଙ୍କ ଦିବସରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନୂଆପଡ଼ା ର ମାନବିକ ପଦକ୍ଷେପ : ରକ୍ତଦାନ ଶିବିର ସହ ଜିଲ୍ଲା ଚିକିତ୍ସାଳୟ କୁ ୨୦୦ ଷ୍ଟିଲ ପାଣି ବୋତଲ ପ୍ରଦାନ।

by Maraguda Express
0 comments
ନୂଆପଡ଼ା -୫/୭- ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନୂଆପଡ଼ା ଶାଖା ପକ୍ଷରୁ ବ୍ୟାଙ୍କର ୭୧ ତମ ବ୍ୟାଙ୍କ ଦିବସ ଅବସରରେ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ କର୍ପୋରେଟ ସୋସିଆଲ ରେସପନ୍ସିବିଲିଟି (ସିଏସଆର) କାର୍ଯ୍ୟକ୍ରମ ଭବ୍ୟ ଭାବେ ଆୟୋଜିତ ହୋଇଥିଲା। ସମାଜସେବା, ଜନ କଲ୍ୟାଣ ଓ ପରିବେଶ ସୁରକ୍ଷା ପ୍ରତି ଏସବିଆଇ ର ପ୍ରତିବଦ୍ଧତା ଏହି କାର୍ଯ୍ୟକ୍ରମରେ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା।ଏହି ରକ୍ତଦାନ ଶିବିର କୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଉଦ୍ଘାଟନ କରିଥିଲେ। ସେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଏହି ମହତ୍ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହ ସ୍ୱେଚ୍ଛାକୃତ ରକ୍ତଦାନ ମାଧ୍ୟମରେ ଅମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ।
ଶିବିରରେ ୩୦ ଜଣ ସ୍ୱେଚ୍ଛାସେବୀ ସ୍ୱଇଚ୍ଛା ରେ ରକ୍ତଦାନ କରି ସମାଜ ପ୍ରତି ନିଜର ଦାୟିତ୍ୱ ବୋଧର ପରିଚୟ ଦେଇଥିଲେ। ଏସବିଆଇ ନୂଆପଡ଼ା ଶାଖାର ମୁଖ୍ୟ ପ୍ରବନ୍ଧକ ଲିଙ୍କନ ଦାସ ଜିଲ୍ଲା ପ୍ରଶାସନ, ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ଓ ସମସ୍ତ ରକ୍ତଦାତାଙ୍କୁ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।ଏହା ସହିତ ସିଏସଆର କାର୍ଯ୍ୟକ୍ରମ ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନୂଆପଡ଼ା ଶାଖା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୨୦୦ ଟି ପୁନଃ ବ୍ୟବହାରଯୋଗ୍ୟ ଷ୍ଟିଲ ପାଣି ବୋତଲ ପ୍ରଦାନ କରାଯାଇଥିଲା। ଏହି ବୋତଲ ଗୁଡ଼ିକ ରୋଗୀମାନଙ୍କୁ ସୁରକ୍ଷିତ ପାନୀୟ ଜଳ ଉପଲବ୍ଧ କରାଇବା ସହିତ ଏକବାରିକ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରି ପରିବେଶ ସୁରକ୍ଷାରେ ସହାୟକ ହେବ।
ନୂଆପଡ଼ା ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଜିଲ୍ଲାକୁ ସିଙ୍ଗଲ୍-ଉଜ୍ ପ୍ଲାଷ୍ଟିକ (ଏସ ୟୁ ପି) ମୁକ୍ତ କରିବା। ଜିଲ୍ଲାପାଳ ମଧୁସୂଦନ ଦାଶ ହସ୍ପିଟାଲରେ ରୋଗୀମାନଙ୍କୁ ଷ୍ଟିଲ (ଇସ୍ପାତ) ଜଳ ବୋତଲ ବଣ୍ଟନ କରିବା ସହ ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଏହି ପ୍ରଶଂସନୀୟ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ।ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ମୁଖ୍ୟ ପ୍ରବନ୍ଧକ ଲିଙ୍କନ ଦାସ ବ୍ୟାଙ୍କର ସାମାଜିକ ଦାୟିତ୍ୱ, ପରିବେଶ ସୁରକ୍ଷା ଓ ଜନ କଲ୍ୟାଣ ପ୍ରତି ଅଟୁଟ ପ୍ରତିବଦ୍ଧତା କୁ ପୁନରୁଚ୍ଚାରଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ରୋଗୀ ସେବା, ପରିଷ୍କାରତା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଏହି ଅବଦାନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha