54
ନୂଆପଡା -୧୫/୧ (ମାରାଗୁଡା ଏକ୍ସପ୍ରେସ) କୋମନା ବ୍ଲକ୍ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଶିବିରରେ ମୋଟ ୧୦୧ଟି ଅଭିଯୋଗର ଶୁଣାଣି ହୋଇଥିଲା। ଏଥିରୁ ୮୨ଟି ବ୍ୟକ୍ତିଗତ ୧୯ଟି ଗୋଷ୍ଠୀଗତ ଅଭିଯୋଗ ସମ୍ବନ୍ଧୀୟ ଥିଲା l ଏହି ସବୁ ସମସ୍ୟାର ଅତି ଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ, ଜିଲ୍ଲାପାଳ ବୁଦ୍ଧି କୋମନା ଗ୍ରାମର ଜିତେନ୍ଦ୍ର ଦୀପ ଙ୍କୁ ଦଶ ହଜାର ଟଙ୍କା , ଲଖନା ଗ୍ରାମର ବୁଧିମତି କୈବର୍ତ୍ତ ଓ ଜେଠୁପାଲି ର ଲଳିତା ଦୁରିଆ ଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଜିଲ୍ଲା ରେଡ୍ କ୍ରସ୍ ପାଣ୍ଠିରୁ ପ୍ରଦାନ କରିଥିଲେ । ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ,ଉପ ଜିଲ୍ଲାପାଳ ସୁର୍ମି ସୋରେନ୍,ବ୍ଲକ୍ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ବିଡିଓ ସର୍ବେଶ୍ଵର ଜାଲ, ଡେପୁଟି କଲେକ୍ଟର ଶେଖ୍ ନସିମ, ଚିନ୍ମୟ ସାଗର, ଏବିଡିଓ ଭକ୍ତବନ୍ଧୁ ଧରୁଆ ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ , କର୍ମଚାରୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିରର ଆୟୋଜିତ ହୋଇଥିଲା ଏବଂ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

