Home ରାଜ୍ୟସିନାପାଲି ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର : ୪୨ ଟି ମାମଲାର ବିଚାର, ତତ୍କାଳ ସହାୟତା ପ୍ରଦାନ।

ସିନାପାଲି ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର : ୪୨ ଟି ମାମଲାର ବିଚାର, ତତ୍କାଳ ସହାୟତା ପ୍ରଦାନ।

by Maraguda Express
0 comments
ନୂଆପଡ଼ା – ୨୭/୪- ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସିନାପାଲି ବ୍ଲକ ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ନିଜ ନିଜର ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।
ଏହି ଗୁରୁତ୍ୱପୂର୍ଣ୍ଣ ଶିବିରରେ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ସେମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଦ୍ବାରିକା ନାଥ ଶତପଥୀ, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମୀନା ଘିବେଲା, ବିଡ଼ିଓ କାର୍ମୀ ଓରାମ ଏବଂ ତହସିଲଦାର ଉପାଞ୍ଜଳୀ ମାଝୀ, ସ୍ ଡି ପି ଓ ଉପେନ୍ଦ୍ର ପ୍ରଧାନ,
ଡେପୁଟୀ କଲେକ୍ଟର ଚିନ୍ମୟ ସାଗର ଏହି ସମଗ୍ର ଶିବିର ପରିଚାଳନାରେ ମୁଖ୍ୟ ସହଯୋଗ କରିଥିଲେ।
ଶିବିରରେ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ମୋଟ ୪୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ବ୍ୟକ୍ତିଗତ ଅଭିଯୋଗ ୩୧ଟି ଓ ଗୋଷ୍ଠୀଗତ ଅଭିଯୋଗ ୧୧ ଟି।
ରେଡ୍ କ୍ରସ୍ ପାଣ୍ଠିରୁ କେନ୍ଦୁମୁଣ୍ଡା ଗ୍ରାମର ଖିଲେଶ୍ୱରୀ ମାଝୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ୧୦ ହଜାର ଟଙ୍କା ଏବଂ ହେମନ୍ତୀ ମାଝୀ ଓ ମାଳତୀ ସତନାମୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।
କେବଳ ଅଭିଯୋଗ ଶୁଣାଣି ନୁହେଁ, ଏହି ଅବସରରେ କଇଟପଦର ପଞ୍ଚାୟତରେ ଏକାଧିକ ସେବାମୂଳକ ଶିବିର ଆୟୋଜନ କରାଯାଇଥିଲା।
ସ୍ୱାସ୍ଥ୍ୟ ଓ ରକ୍ତଦାନ ଶିବିର ।ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ରକ୍ତଦାନ ଶିବିର ଆୟୋଜ ହୋଇଥିଲା।
ଜନ ସଚେତନତା ସଭା ର ଆୟୋଜନ। ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ ପାଇଁ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ।
ପ୍ରାଣୀ ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି ଶିବିର ଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ହେବ ବୋଲି ଆଶା କରାଯାଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha