55
Table of Contents
ନୂଆପଡ଼ା -୦୯/୦୮- ଖଡ଼ିଆଳସ୍ଥିତ ରାଜା ଆର୍ତ୍ତତ୍ରାଣ ଖେଳ ପଡ଼ିଆରେ ୧୭ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ କାଲି ମହା ସମାରୋହ ରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଅତିଥିମାନେ ଖେଳାଳିଙ୍କ ସହ ପରିଚିତ ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ।
ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜାସାହେବ ଦେବଦେବ ସିଂ ଦେଓ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଡିଓ ମିଳନ ଝାଙ୍କର, ଖଡ଼ିଆଳ ଏନଏସି ଇଓ ସ୍ୱାଧୀନ କେତନ ମହାରଣା, ପୂର୍ବତନ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର, ପୂର୍ବତନ ଖଡ଼ିଆଳ ଏନଏସି ଅଧ୍ୟକ୍ଷ ୟାସିନ ମହମ୍ମଦ ଓ ନିମାଇ ଚରଣ ତାଣ୍ଡିଙ୍କ ସମେତ ମିଡିଆ ପ୍ରତିନିଧି କୁନୁ କରୁଆ, ତପନ ଦାସ, ବିମଲ୍ ସିଂ ଦଳପତି, ମୋତିଲାଲ ବାଗ, ପରମେଶ୍ୱର ବାରିକ ଓ ଚନ୍ଦ୍ର ଶେଖର ବେହେରା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।