Home ରାଜ୍ୟତରବୋଡ଼ ବଜାରରେ ପ୍ରଶାସନର କଡ଼ା ଏନ୍‌ଫୋର୍ସମେଣ୍ଟ:ସ୍ୱଚ୍ଛ ଓ ପ୍ଲାଷ୍ଟିକ୍‌ମୁକ୍ତ ନୂଆପଡ଼ା ଲକ୍ଷ୍ୟରେ ବଡ଼ ଅଭିଯାନ।

ତରବୋଡ଼ ବଜାରରେ ପ୍ରଶାସନର କଡ଼ା ଏନ୍‌ଫୋର୍ସମେଣ୍ଟ:ସ୍ୱଚ୍ଛ ଓ ପ୍ଲାଷ୍ଟିକ୍‌ମୁକ୍ତ ନୂଆପଡ଼ା ଲକ୍ଷ୍ୟରେ ବଡ଼ ଅଭିଯାନ।

by Maraguda Express
0 comments
ନୂଆପଡ଼ା -୯/୦୮- ସ୍ୱଚ୍ଛ, ସୁନ୍ଦର ଓ ପ୍ଲାଷ୍ଟିକ୍‌ ମୁକ୍ତ ନୂଆପଡ଼ା ଗଠନ ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଯାଞ୍ଚ ଓ ଏନ୍‌ଫୋର୍ସମେଣ୍ଟ ଅଭିଯାନ ଜୋରଦାର ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ ନେତୃତ୍ୱରେ ଗତକାଲି ତରବୋଡ଼ ବଜାରରେ ବ୍ୟାପକ ଯାଞ୍ଚ କରାଯାଇଥିଲା।ଅଭିଯାନ ସମୟରେ ଅବୈଧ ମଦ କାରବାର, ବେଆଇନ ଭାବେ ଆବର୍ଜନା ଫିଙ୍ଗିବା ଏବଂ ନିଷିଦ୍ଧ ଏକକ-ବ୍ୟବହାର ପ୍ଲାଷ୍ଟିକ୍‌ (SUP) ର ବ୍ୟବହାର ଓ ବିକ୍ରି ଉପରେ କଡ଼ା ଯାଞ୍ଚ କରାଯାଇଥିଲା।
ବିଭିନ୍ନ ନିୟମ ଉଲ୍ଲଂଘନ ପାଇଁ ମୋଟ ୬୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଅବୈଧ ମଦ ଜବତ କରାଯାଇଛି।
ବେଆଇନ ଭାବେ ଆବର୍ଜନା ଫିଙ୍ଗିବା ଅଭିଯୋଗରେ ପ୍ରାୟ ୧୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ, ଅଭିଯାନରେ ପ୍ରାୟ ୫୨ କିଲୋଗ୍ରାମ ନିଷିଦ୍ଧ ଏକକ-ବ୍ୟବହାର ପ୍ଲାଷ୍ଟିକ୍‌ ଜବତ କରାଯାଇଥିଲା।
ସ୍ୱଚ୍ଛତା ପାଇଁ ପ୍ରଶାସନର ସ୍ପଷ୍ଟ ବାର୍ତ୍ତା
ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ନିଷିଦ୍ଧ ପ୍ଲାଷ୍ଟିକ୍‌ ବ୍ୟବହାର ନକରିବା, ଆବର୍ଜନାକୁ ନିର୍ଦ୍ଧାରିତ ସ୍ଥାନରେ ପକାଇବା ଏବଂ ବଜାରରେ ସ୍ୱଚ୍ଛତା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଥିଲା। ନିୟମ ଉଲ୍ଲଂଘନକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ଏହି ଅଭିଯାନରେ ମହାପ୍ରବନ୍ଧକ, ଜିଲ୍ଲା ଶିଳ୍ପ କେନ୍ଦ୍ର ସମୀର କୁମାର ମୁଦୁଲି, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ ମହାନ୍ତି, ଜିଲ୍ଲା ମତ୍ସ୍ୟ ଅଧିକାରୀ ତୁଷାର ଦୀପ, ବିଡିଓ ପବିତ୍ର ସାମଲ, ଡିଆରସି ଅନିଲ କୁମାର ଲେଙ୍କା, ବିଆରସି କମଳ ସାହୁଙ୍କ ସମେତ ତରବୋଡ଼ର ପିଇଓ ନରେନ୍ଦ୍ର ସାହୁ, ସରପଞ୍ଚ ଶ୍ୟାମ ସୁନ୍ଦର ପୃଷ୍ଟି ଓ ପଞ୍ଚାୟତସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ନିୟମ ଅନୁପାଳନ
ଜିଲ୍ଲାକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକ୍‌ମୁକ୍ତ କରିବା ସହ ଆଇନ ଅନୁପାଳନ ସୁନିଶ୍ଚିତ ଦିଗରେ ଏଭଳି ଏନ୍‌ଫୋର୍ସମେଣ୍ଟ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha