119
🏆 ଗୀତ ପ୍ରତିଯୋଗିତା — ବରିଷ୍ଠ ବର୍ଗ
🏆 ଗୀତ ପ୍ରତିଯୋଗିତା — କନିଷ୍ଠ ବର୍ଗ
💃 ନୃତ୍ୟ ପ୍ରତିଯୋଗିତା — ବରିଷ୍ଠ ବର୍ଗ
💃 ନୃତ୍ୟ ପ୍ରତିଯୋଗିତା — କନିଷ୍ଠ ବର୍ଗ
ପ୍ରତିଯୋଗିତାରେ ଗୀତ ବିଭାଗରେ ନିକୁଞ୍ଜ ବିହାରୀ ସା, ସନ୍ତୋଷ ନାଏକ, ବଂଶୀଧର ଜଗତ, ନମିତା ମେହେର ଓ ଜଳନ୍ଧର ନିଆଲ ଏବଂ ନୃତ୍ୟ ବିଭାଗରେ ଜିତେନ୍ଦ୍ର ମେହେର, ନେତ୍ରନନ୍ଦ ମହାନନ୍ଦ, ପ୍ରିନ୍ସ ବାଗ, ରୋହିଣୀ ମାଝୀ ଓ ହରି ପ୍ରିୟା ବଛା ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।
Table of Contents
ନୂଆପଡ଼ା – ୦୯/୦୮- ନୂଆପଡ଼ା ଜିଲ୍ଲା ସିନାପାଲିସ୍ଥିତ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ସ୍ୱରସଙ୍ଗମ କଳା ପରିଷଦ ତଥା ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ସ୍ୱର ସଙ୍ଗମ ୯୦.୮ ଏଫଏମ୍’ ପକ୍ଷରୁ ବ୍ଲକସ୍ତରୀୟ ଗୀତ ଓ ନୃତ୍ୟ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି।
ସ୍ୱାଧୀନତା ଦିବସ ଉପଲକ୍ଷେ ଅନ୍ତର୍ଧର୍ମୀୟ ସହଭାଗିତା ଓ ସାମାଜିକ ଏକତାର ବାର୍ତ୍ତା ନେଇ ସ୍ଥାନୀୟ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଉଦ୍ଘାଟନୀ ସଭାରେ ପରିଷଦର ସଭାପତି ତଥା ବେତାର କେନ୍ଦ୍ରର ନିର୍ଦ୍ଦେଶକ ତ୍ରିନାଥ ମେହେର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଏବିଡିଓ ସୁବ୍ରତ ପରିଡ଼ା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଙ୍ଗୀତଜ୍ଞ ଅଶୋକ ମିଶ୍ର, ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେର ଓ ପରିଷଦର ସମ୍ପାଦକ ବୈଷ୍ଣବ ମେହେର ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ବେତାର କେନ୍ଦ୍ରର ପରିଚାଳକ ପ୍ରଦ୍ୟୁମ୍ନ ସିଂହ ଚିନ୍ଦା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏଡିଟର ଲିଙ୍ଗରାଜ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ। 🎤 ଗୀତ ଓ ନୃତ୍ୟରେ ଶତାଧିକ ପ୍ରତିଭାସିନାପାଲି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଯୋଗଦେଇ ଗୀତ ଓ ନୃତ୍ୟ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।