
ନୂଆପଡ଼ା -୧/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷ ରୁ ଆଜି ସମ୍ବଲପୁରୀ ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଗଷ୍ଟ ୧ ତାରିଖ ଦିନ ସମ୍ବଲପୁରୀ ଦିବସ ପାଳିତ ହୋଇଥାଏ। ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ଯୋଗ ଦେଇ ଭାଷା ର ସୁରକ୍ଷା, ସଂସ୍କୃତି, ସାହିତ୍ୟ, ପରମ୍ପରାକୁ ଉଜ୍ଜୀବିତ କରିବା ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ପାଳିତ ହେଉଅଛି ସମ୍ବଲପୁରୀ ଦିବସ। ଆଜିର ଦିବସ କୁ ମନେ ପକେଇବା ପାଇଁ ସମ୍ବଲପୁରୀ ବସ୍ତ୍ର ପରିଧାନକରି ଛାତ୍ର ଛାତ୍ରୀ ମାନେ ସ୍କୁଲ ଆସିଥିଲେ। ସମ୍ବଲପୁରୀ ଖାଦ୍ୟ, ବେଶଭୂଷା ପରିଧାନ କରି ସମ୍ବଲପୁରୀ ବାଦ୍ୟ ଢୋଲ, ନିଶାନ, ତସା ଓ ମହୁରୀ ର ତାଳକୁ ତାଲ ଦେଇ ନୃତ୍ୟ ପରିବେଷଣ କରିଥିଲେ। ଏ ଅବସର ରେ ଶିକ୍ଷକଶିକ୍ଷୟିତ୍ରୀ ମାନେ ମଧ୍ୟ ସମ୍ବଲପୁରୀ ଡ୍ରେସ୍ ପରିଧାନ କରିଥିଲେ। କୁନି ଛାତ୍ର ଛାତ୍ରୀ ମାନେ ସମ୍ବଲପୁରୀ ବାଦ୍ୟ ଯନ୍ତ୍ର ରେ ସୁମଧୁର ଗୀତ ପରିବେଷଣ କରିଥିଲେ। ବିଶେଷ ରୂପେ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଲୋକାଲ ଫର ଭୋକାଲ ଉପରେ ଗୁରୁତ୍ବ ଦେଇ ନିଜ ଅଞ୍ଚଳ ଲୋକ ଭାଷା, ଲୋକ ଗୀତ, ଲୋକ ନୃତ୍ୟ, ଲୋକ ଖାଦ୍ୟକୁ ଲୋକ ଲୋଚନ କୁ ଆଣିବାର ଏକ ସୁଅବସର ବୋଲି କହିଥିଲେ।
ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ରେ ସମ୍ବଲପୁରୀ ଦିବସ ପାଳିତ
153