61


ନୂଆପଡ଼ା -୧୨/୧(ସୁରେନ୍ଦ୍ର ତିୱାରୀ) ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡଃ ସୋନିଆ ଜୈନ ଗତ କାଲି ଭୁବନେଶ୍ୱର ଗସ୍ତ କାଳ ରେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରି ସହରର ବିଭିନ୍ନ ଜନ ସମସ୍ୟା ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଉନ୍ନୟନ ମୂଳକ କାର୍ଯ୍ଯ ସମ୍ବନ୍ଧୀୟ ଦାବିପତ୍ର ପ୍ରଦାନ କରିଛନ୍ତି।
ଏହି ଅବସରରେ ପ୍ରମୁଖ ରୂପରେ ,ଖରିଆର ରୋଡ ରୁ ବାଇପାସ୍ ସଡ଼କ ନିର୍ମାଣ, ସହରରେ +2 କଲେଜ ପ୍ରତିଷ୍ଠା,ଜୋଙ୍କ ନଦୀରେ ଚେକ୍ ଡ୍ୟାମ୍ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ଜନହିତକାରୀ ଦାବିଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଉପସ୍ଥାପନ କରି ଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ତାଙ୍କ ଦାବିପତ୍ର ଗ୍ରହଣ କରି ସମସ୍ତ ଉନ୍ନୟନ ଦିଗ ପ୍ରତି ଅବଗତ ହୋଇ ସମାଧାନ ପାଇଁ ଆଶ୍ଵାସନା ଦେଇଥିଲେ। ଏ ଅବସର ରେ ତାଙ୍କ ସ୍ବାମୀ ତଥା ବିଜେପି ଯୁବ ନେତା ଗୋଲଡି ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ।



