Home ରାଜ୍ୟଗଙ୍ଗାଧରଙ୍କ ସାହିତ୍ଯ ଅମୄତ ଧାର‐ ସିନାପାଲି ଆଜି ବରପାଲି ଲାଗୁଛି‐ ଜିଲ୍ଲାପାଳ : ସିନାପାଲିରେ ସ୍ବଭାବକବି ଗଙ୍ଗାଧର ଜୟନ୍ତୀ

ଗଙ୍ଗାଧରଙ୍କ ସାହିତ୍ଯ ଅମୄତ ଧାର‐ ସିନାପାଲି ଆଜି ବରପାଲି ଲାଗୁଛି‐ ଜିଲ୍ଲାପାଳ : ସିନାପାଲିରେ ସ୍ବଭାବକବି ଗଙ୍ଗାଧର ଜୟନ୍ତୀ

by Maraguda Express
0 comments

ନୂଆପଡ଼ା -୧୦/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଗଙ୍ଗାଧର ସାରସ୍ୱତ ସମିତି ଆନୁକୂଲ୍ଯରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଭବ୍ଯ ଜନ୍ମଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି l ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବରେ ଜିଲ୍ଲାପାଳ ତଥା ପ୍ରଥିତଯଶା କବି ମଧୁସୂଦନ ଦାଶ, ମୁଖ୍ଯବକ୍ତା ଓଡ଼ିଶାର ବିଶିଷ୍ଟ ପ୍ରବାଚିକା ବିଜୟିନୀ ଶତପଥୀ ଓ ସମ୍ମାନିତ ଅତିଥି ଭାବରେ ସୁସାହିତ୍ଯିକ ଡ. ସୁଶୀଳ କୁମାର ବାଗ ଯୋଗ ଦେଇଥିବା ବେଳେ ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେର ଓ ସଂପାଦକ ତରୁଣ କୁମାର ମେହେର ମଂଚାସିନ ଥିଲେ । ଏ ଅବସରରେ ନିଜ ସୄଷ୍ଟିର ଅନୁରୂପ ଜୀବନ ବଞ୍ଚୁଥିବା କବି ଗଙ୍ଗାଧରଙ୍କ ସାହିତ୍ଯ ମଣିଷ ସମାଜ ପାଇଁ ଅମୃତର ଧାର ବୋଲି ବକ୍ତାଗଣ ମତବ୍ଯକ୍ତ କରିଥିଲେ । ଗଙ୍ଗାଧରଙ୍କ ପ୍ରତି ସାଧାରଣରେ ଅପାର ଭକ୍ତିକୁ ଦେଖି ସିନାପାଲି କବିପୀଠ ବରପାଲି ଭଲି ଲାଗୁଛି ବୋଲି ଜିଲ୍ଲାପାଳ କହିଥିଲେ । ପ୍ରାରମ୍ଭରେ ରୂପେଶ ଚନ୍ଦ୍ର ମେହେର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l ଏହା ପରେ କବିଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ବଂଶୀଧର ଜଗତ, ଚୂଡ଼ାମଣି ମେହେରଙ୍କ ନିର୍ଦେଶନାରେ କବିଙ୍କ ରଚିତ ଗୀତକୁ ସିନାପାଲି ହାଇସ୍କୁଲ ଛାତ୍ରୀମାନେ ସଙ୍ଗୀତରେ ପରିବେଷଣ କରିଥିଲେ l ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ବାର୍ଷିକ ବିବରଣୀ ପଠନ ପରେ ଅତିଥିମାନେ ମୁଖପତ୍ର “ଅମୄତଗଙ୍ଗା” ଓ ଇ‐ପତ୍ରିକା “ସ୍ୱର୍ଣ୍ଣୋଦୟ”କୁ ଉନ୍ମୋଚନ କରିଥିଲେ । ଏହାକୁ ଲଳିତ କୁମାର ସୂନାରୀ ପରିଚାଳନା କରିଥିଲେ । ଏହି ଅବସରରେ ସାହିତ୍ଯିକ ଡ. ସୁଶୀଳ କୁମାର ବାଗ, କବି ପ୍ରବୋଧ ହୋତା, କବୀ ଗୀତାଶ୍ରୀ ପ୍ରିୟମ୍ବଦାଙ୍କୁ ସମିତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ୱର୍ଦ୍ଧନା କାର୍ଯ୍ଯକ୍ରମକୁ ଅଧ୍ଯାପକ ଧୃବଚରଣ ପଧାନ ପରିଚାଳନା କରିଥିବା ବେଳେ ଗୌତମ ମେହେର, ରଶ୍ମୀରଂଜନ ସା, ଲୋଚନ ମେହେର ମାନପତ୍ର ପାଠ କରିଥିଲେ । ସଭା ଆରମ୍ଭ ପୂର୍ବରୁ ସ୍ଥାନୀୟ ନେହେରୁ ସ୍ମୃତିମଣ୍ତପ ଠାରୁ ଅତିଥି ମାନଙ୍କୁ ଏକ ଭବ୍ଯ ଶୋଭାଯାତ୍ରା ମାଧ୍ଯମରେ ସଭାମଞ୍ଚ କୁ ପାଛୋଟି ଅଣାଯାଇଥିଲା । ଶେଷରେ ସଂପାଦକ ତରୁଣ କୁମାର ମେହେର ଧନ୍ଯବାଦ ଦେଇଥିଲେ । ଏହା ପୂର୍ବରୁ ସକାଳେ ଗଙ୍ଗାଧର ମାର୍ଗ ସ୍ଥିତ କବିଙ୍କ ପ୍ରତିମୂର୍ତ୍ତିରେ ସମିତି ତରଫରୁ ମାଲ୍ଯାର୍ପଣ କରାଯାଇ ସମିତି ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଜିଲ୍ଲାସ୍ତରୀୟ କବିତା ପାଠର ଆୟୋଜନ ହୋଇଥିବା ବେଳେ ଏଥିରେ ପଚାଶରୁ ଅଧିକ କବିକବୟିତ୍ରୀ କବିତା ପାଠ କରିଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ଶିବପ୍ରସାଦ ମେହେର, ତ୍ରିନାଥ ମେହେର, ବିଜୟ କୁମାର ଯୋଷୀ, ଗୌରାଙ୍ଗ କୁମାର ସାହୁ, ରବୀନ୍ଦ୍ର ନାଥ ଯୋଷୀ, ସତ୍ଯବ୍ରତ ଗହୀର, ପରେଶ ପାଣିଗ୍ରାହୀ, ପ୍ରେମାନନ୍ଦ ମେହେର, ଆଲୋକ ମେହେର, ହାଡ଼ୁରାମ ମେହେର, ନିଲାଞ୍ଚଳ ମେହେର, ପ୍ରଦ୍ଯୁମ୍ନ ଚିନ୍ଦା, ସୂରଜ କୁମାର ମେହେର, ପ୍ରଭାତ କୁମାର ମେହେର, ବେଣୁଧର ମେହେର, ନିତିଶ ମେହେର, ଭୀଷ୍ମରାଜ ମେହେର, ଯଶୋବନ୍ତ ସା, ହରେକୃଷ୍ଣ ମେହେର, ବୁଦ୍ଧଦେବ ମେହେର, ଜିତେନ ମେହେର, ସାନୁର୍ଯ୍ଯ ମେହେର, ହେମନ୍ତ, ଦର୍ଶନ, ଚନ୍ଦ୍ର ଶେଖର, ସୋହନ, କିରଣ, ଲୋକନାଥ, ରାଜ, ହେମସାଗର, ମୁନା, ଅନିଲ, ଦେବରାଜ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ଯକ୍ରମରେ ନୂଆପଡ଼ା ଓ କଳାହାଣ୍ତି ଜିଲ୍ଲାର ଶତାଧିକ ସାହିତ୍ଯ ଓ ଗଙ୍ଗାଧର ପ୍ରେମୀ ଯୋଗ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha