

ନୂଆପଡ଼ା -୧୦/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଉଦ୍ୟାନ କୃଷି ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଂସଦାଙ୍କ ଦ୍ଵାରା ଆୟୋଜିତ ଏହି ବୈଠକରେ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀ ଗଣ ଓ କ୍ଷେତ୍ର କର୍ମଚାରୀ ଯୋଗଦେଇଥିଲେ । ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ ଜିଲ୍ଲାରେ କୃଷକ, ମହିଳା ,ଶ୍ରମିକ ମାନଙ୍କ ଆୟ ଦ୍ଵିଗୁଣିତ କରିବା ସହିତ ସେମାନଙ୍କ ଜୀବନ ଧାରଣ ମାନ ଉଦ୍ୟାନ କୃଷି ଏବଂ ଆନୁଷଙ୍ଗିକ ବିଭାଗ ଜରିଆରେ ବୃଦ୍ଧି କରିବା ପାଇଁ ସମସ୍ତେ ପ୍ରଚେଷ୍ଟା କରିବା। ଉଦ୍ୟାନ କୃଷି ସହିତ ସମନ୍ଵିତ କୃଷି ର ସଠିକ୍ ପରିଚାଳନା ଦ୍ଵାରା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ବହୁ ମାତ୍ରାରେ ଦୂର ହୋଇପାରିବ । ଉପ ନିର୍ଦ୍ଦେଶକ ପାୱର ପଏଣ୍ଟ ପ୍ରସ୍ତୁତି ମାଧ୍ୟମରେ ବୈଠକରେ ବିଭାଗୀୟ ପ୍ରଗତି ର ବିବରଣୀ ଦେଇଥିଲେ।ଚଳିତ ବର୍ଷ ପାଇଁ ସମନ୍ଵିତ ଉଦ୍ୟାନ କୃଷି ଯୋଜନାରେ ଜିଲ୍ଲାରେ ୫୫ ହେକ୍ଟର ରେ ଆମ୍ବ ଚାଷ, ୮ ହେକ୍ଟର ରେ କଦଳୀ, ୬ ହେକ୍ଟର ରେ ଡାଳିମ୍ବ, ୫ହେକ୍ଟର ରେ ହାଇବ୍ରିଡ ଅମୃତଭଣ୍ଡା, ୪୫ ହେକ୍ଟର ରେ ପନିପରିବା, ୨୮ ହେକ୍ଟର ରେ ଫୁଲ ଚାଷ ଏବଂ ୧୦ଟି ୟୁନିଟ୍ ଛତୁ ଚାଷ ହେବାର ଯୋଜନା ରହିଛି l ଜିଲ୍ଳାର ଚାଷୀ ମାନଙ୍କୁ ୩୦୦ ହେକ୍ଟର ରେ ବୁନ୍ଦା ଜଳସେଚନ ଏବଂ ୧୩୦୦ ହେକ୍ଟରରେ ସ୍ପ୍ରିଙ୍କଲର୍ ଦ୍ଵାରା ଜଳସେଚନ ସୁବିଧା ଯୋଗାଇ ଦିଆଯିବ l ୩୦୦ ହେକ୍ଟର ରେ ପାମ୍ ଚାଷ ହେବ lଏହା ସହିତ ୪୦୦ ହେକ୍ଟର ବାଡବନ୍ଦି, ୩୦ ହେକ୍ଟର ମଲ୍ଚିଙ୍ଗ ଏବଂ ୪ଟି ୟୁନିଟ୍ ରେ ଅର୍ଗାନିକ ଫାର୍ମିଙ୍ଗ କରିବା ଯୋଜନା ଅଛି l ରାଜ୍ଯ ଭିତରେ ଅନ୍ୟ ବିଭିନ୍ନ ଜିଲ୍ଲାରେ ୧୫୦ ଜଣ ଏବଂ ରାଜ୍ୟ ବାହାରକୁ ୩ ଜଣ ଚାଷୀ ଙ୍କୁ ଉନ୍ମତ ମାନର ତାଲିମ୍ ପାଇଁ ପଠାଯିବ l ଆଗାମୀ ୧୭ ତାରିଖରେ ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମରେ ବିଭାଗ ତରଫରୁ ରୋପଣ କରିବା ପାଇଁ ୩୧୦୦୦ ଆମ୍ବ ଚାରା ବଣ୍ଟନ କରାଯିବ । ଷ୍ଟ୍ରବେରି , ଡାଳିମ୍ବ ଓ ଡ୍ରାଗନ୍ ଫଳ ପରି ଲାଭକାରୀ ଫଳ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବ l ଏହି ସବୁଯୋଜନାରେ ଫେରନ୍ତା ପ୍ରବାସୀ ଶ୍ରମିକ ମାନଙ୍କୁ ବିଶେଷ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଏହି ଅବସରରେ ଉଦ୍ୟାନ କୃଷି ଓ ସମ୍ମିଳିତ କୃଷୀ ବିଭାଗରେ ଉତ୍ତମ ପ୍ରଦର୍ଶନ କରିଥିବା ଚାଷୀ ପ୍ରତୀକ ଦେବାଙ୍ଗନ, ଉର୍ବଶୀ ରଣା, ଗଣପତି ନାଏକ, ଶଙ୍କର ମାଝୀ , ଗଜରାଜ ରଣା ପ୍ରମୁଖଙ୍କୁ ଜିଲ୍ଲାପାଳ ସମ୍ୱର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ ଶ୍ରୀ ଦାଶ ଉଦ୍ୟାନ କୃଷି ଦ୍ୱାରା ପ୍ରବାସୀ ଶ୍ରମିକ ପ୍ରଥାକୁ ରୋକିବା ପାଇଁ ବିଭାଗୀୟ ଅଧିକାରୀ, ଅଗ୍ରଣୀ ଚାଷୀ ତଥା ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ ଆହ୍ଵାନ ଦେଇଛନ୍ତି ।