Home ରାଜ୍ୟଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ, କଲ୍ୟାଣପୁର ।

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ, କଲ୍ୟାଣପୁର ।

by Maraguda Express
0 comments

ନୂଆପଡ଼ା -୮/୭ (ସୁରେନ୍ଦ୍ର ତିୱାରୀ) ୨୦୩୬ ମସିହା ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ପରିକଳ୍ପନା କୁ ସାକାର କରିବାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କାରଣ ଆଜିର ବିଦ୍ଯାର୍ଥୀମାନେ ହେଲେ ଆସନ୍ତାକାଲି ର ନାଗରିକ ଓ ରାଷ୍ଟ୍ର ନିର୍ମାତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ରାଜ୍ୟସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ରେ ୩୦ ଟି ଜିଲା ପାଇଁ ୧୧୮ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସର ରେ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ କାଲି ବାଣପୁର ପଲଟନ ପଡ଼ିଆରେ ଆୟୋଜିତ ରାଜ୍ୟ ସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ରାଜ୍ୟ ରେ ୧୧୮ଟି ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଭାଷି ମାଧ୍ୟମ ରେ ସମ୍ବୋଧନ କରିଥିଲେ। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା ସଦର ବ୍ଳକ୍ କଲ୍ୟାଣପୁର ଠାରେ ପ୍ରାୟ ୧୧ ଘଟିକା ସମୟ ରେ ଆଭାଷୀ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, କଲ୍ୟାଣପୁର ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ଅତୀତରେ ପଞ୍ଚସଖା ଯେପରି ସତ୍ୟବାଦୀ ଠାରେ ବକୁଳ ବନ ବିଦ୍ୟାଳୟ ସ୍ଥାପନ କରିଥିଲେ, ଆମର ଏହି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ସେହି ସମାନ ଢାଞ୍ଚାରେ ପ୍ରସ୍ତୁତ କରାଯାଉଛି, ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥଲେ। ଏହି ଆଭାଶି ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ନୂଆପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତା ରାଣୀ ଯୋଶୀ ସଭାପତିତ୍ୱ କରିଥିଲେ। ଏହି ସଭାରେ ମୁଖ୍ୟ ଅଥିତି ଭାବରେ ବରିଷ୍ଠ ଆଇନଜୀବି ତଥା ସାଂସଦ ପ୍ରତିନିଧି ମାନନୀୟ ପ୍ରସନ୍ନ କୁମାର ପାଢ଼ୀ ଅଭିଭାବକ ଅଭିଭାବିକା ତଥା ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଆମସେନା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କବିତା ଚୌହାନ, ଡୁମେରପାଣି ପଞ୍ଚାୟତ ସମିତି ସଭ୍ୟ ଚୁରନ ସିଂ ମାଝୀ, ପୂର୍ବତନ ଆମସେନା ପଞ୍ଚାୟତ ସରପଞ୍ଚ ଚନ୍ଦନ କୁମାର ସାହୁ, ପୂର୍ବତନ ଆମସେନା ପଞ୍ଚାୟତ ସମିତି ସଭ୍ୟ ହେତୁ ରାମ ସାହୁ, ତାରା ଚନ୍ଦ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋପୀନାଥ ପାଣ୍ଡେ, ବରିଷ୍ଠ ଅଭିଭାବକ ସୀତାରାମ ସାହୁ, ଡୁମେରପାଣି ଗୋଷ୍ଠି ସାଧନ କେନ୍ଦ୍ର ସଂଯୋଜକ ମକରଧ୍ଵଜ ବାରିକ ତଥା ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିହାର ରଞ୍ଜନ ସାମଲ ନିଜ ନିଜ ମତ ପୋଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ରବିନ୍ଦ୍ର କୁମାର ମହାରଣା ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ତିନିଶହରୁ ଅଧିକ ଅଭିଭାବକ ଅଭିଭାବିକା, ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ତଥା ଗ୍ରାମର ଭଦ୍ର ବ୍ୟକ୍ତି ଓ ମହିଳା ଗଣ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସଫଳ କରିବାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ ପ୍ରଦାନ୍ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha