
ନୂଆପଡ଼ା -୧୭/୧୦ (ସୁରେନ୍ଦ୍ର ତିୱାରୀ) ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସିଆରସିସି ହେତୁରାମ ମେହେରଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମର ଉଦଘାଟନୀ ସଭାରେ ପ୍ରଧାନ ଶିକ୍ଷକ ନବୀନ କୁମାର ତାଣ୍ତି ସଭାପତିତ୍ୱ କରିଥିବା ବେଳେ ଏବିଇଓ ପ୍ରଦୀପ କୁମାର ପଣ୍ତା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।ସେହିଭଳି ସମ୍ମାନିତ ଅତିଥି ଭାବରେ ଶିକ୍ଷକ ସଂଘ ସଂପାଦକ ବାଲାଜି ସୁନାନୀ, ସିଆରସିସି ସଭାପତି ଜଗଦିଶ ତାଣ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କ୍ଲଷ୍ଟର ଅନ୍ତର୍ଗତ ଵିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା, ତର୍କ, କୁଇଜ, ନୃତ୍ୟ ସଙ୍ଗୀତ, ନୄତ୍ଯ ଆଦି ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ । ଶେଷରେ ଡୁମେରବାହାଲ ପ୍ରଧାନଶିକ୍ଷକ ମହିଂଦ୍ର ମାଝୀ ଧନ୍ଯବାଦ ଦେଇଥିଲେ ।ଏହି ଅବସରରେ କ୍ଲଷ୍ଟର ଅର୍ନ୍ତଗତ ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ।ଶେଷରେ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
ଘାଟମାଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ।
38