162
ପରଲୋକଗତ ଶିକ୍ଷକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲା ଶିକ୍ଷକ ସଂଘ
ନୂଆପଡ଼ା -୨୩/୬(ଏମ.ଇ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ କୋଟାମାଲ ଉଚ୍ଚପ୍ରାଥମିକ ବିଦ୍ଯାଳୟ ରେ କାର୍ଯ୍ଯରତ ଶିକ୍ଷକ ହର ଗୋପାଲ ବୈଠାରୁ ଙ୍କ ନିକଟରେ ଅକାଳ ବିୟୋଗ ଘଟିଥିବା ବେଳେ ପରିବାର ତରଫରୁ ଆଜି ତାଙ୍କର ଦଶାହକ୍ରିୟା କରାଯାଇଥିଲା । ଏହି ଅବସରରେ ସିନାପାଲି ଏକ୍ସକେଡ଼ର ଶିକ୍ଷକ ସଂଘ ସ୍ବର୍ଗତ ବୈଠାରୁଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ଆର୍ଥିକ ସହଯୋଗ ପ୍ରଦାନ କରିଥିବା ଜଣାପଡ଼ିଛି । ସଂଘ ତରଫରୁ ସଭାପତି ଅରୁଣ କୁମାର ଯୋଷୀଙ୍କ ନେତୃତ୍ୱରେ ସଂପାଦକ ଅଚ୍ଯୁତାନନ୍ଦ ମେହେର, ଉପସଭାପତି ଭୁତେଶ୍ୱର ନାଏକ, ଧର୍ମୁ ନାଏକଙ୍କ ସହିତ ଲାବଣ୍ଯ ବୈଠାରୁ, ଆଲୋକ ପାଣିଗ୍ରାହୀ, ହିରାଲାଲ ସାହୁ, ଲକ୍ଷ୍ମଣ ହରିଜନ ପ୍ରମୁଖ ଶିକ୍ଷକ ସାମିଲ ଥିଲେ । ଏହି ଅବସରରେ ସ୍ବର୍ଗତ ଶିକ୍ଷକଙ୍କ ପରିବାରକୁ ଆବଶ୍ଯକ ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ଯ ସଂଘ ତରଫରୁ ଦାବି କରାଯାଇଛି ।