Home ରାଜ୍ୟନୂଆପଡାର ଗୌରବ : ସିବିଏସଇ ଦଶମ ପରୀକ୍ଷାରେ କୃତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା।

ନୂଆପଡାର ଗୌରବ : ସିବିଏସଇ ଦଶମ ପରୀକ୍ଷାରେ କୃତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା।

by Maraguda Express
0 comments
ନୂଆପଡା -୧୭/୪-(ସୁରେନ୍ଦ୍ର ତିୱାରୀ ) ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଚଳିତ ବର୍ଷ ନୂଆପଡା ଜିଲ୍ଲାର ଛାତ୍ରଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ପ୍ରଦର୍ଶନ କରିଛନ୍ତି। ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏହି ଐତିହାସିକ ସଫଳତାକୁ ଉତ୍ସାହିତ କରିବା ପାଇଁ ‘ସମଗ୍ର ଶିକ୍ଷା, ନୂଆପଡା’ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ମୁଖ୍ୟାଳୟସ୍ଥିତ କନଫରେନ୍ସ ହଲ୍‌ଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରେଷ୍ଠ ୧୦ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି।
ସଫଳତାର ଶୀର୍ଷରେ ଆରୁଷି ଶୁକ୍ଳା
ଚଳିତ ପରୀକ୍ଷାରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖରିଆର ର ଛାତ୍ରୀ ଆରୁଷି ଶୁକ୍ଳା ସମୁଦାୟ ୪୯୧ ମାର୍କ (୯୮.୨%) ରଖି ଜିଲ୍ଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି।
ଜିଲ୍ଲାର ଶ୍ରେଷ୍ଠ ୧୦ ମେଧାବୀଙ୍କ ତାଲିକା ନିମ୍ନ ରେ ବିବରଣୀ ଦିଆଗଲା।
(୧)ଆରୁଷି ଶୁକ୍ଳା, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖରିଆର ୯୮.୨%
(୨) ମଧୁସ୍ମିତା ମହାନ୍ତି, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖରିଆର | ୯୭.୪%
(୩) ପ୍ରତିକ୍ଷା କୁମ୍ଭାର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖରିଆର ୯୭.୪%
(୪) ପ୍ରିୟାଂଶି ସାହୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଦି ୯୭.୪%
(୫) ଯୋଗେଶ କେଉଟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନେଗିପାଲି | ୯୬.୪%
(୬) ସମୀକ୍ଷା ପି. ସବର | ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ତରବୋଡ ୯୬.୩୩
(୭) କୁମକୁମ ତାଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତିମାନପୁର ୯୫.୪%
(୮) ପ୍ରାଚୀ ଜୈନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝଗରାହି | ୯୫%
(୯) ସୁଭ୍ରାନ ଶେଖର ପଣ୍ଡା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଶରାଜପୁର | ୯୩.୮%
(୧୦) ପ୍ରେରଣା ସେଠ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ନୂଆପଡା ୯୦% ।
ଏହି ଅବସରରେ ଜିଲ୍ଲାପାଳ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଥିଲେ, ‘ଆଜିର ଏହି ସମ୍ବର୍ଦ୍ଧନା କେବଳ ଏକ ପୁରସ୍କାର ନୁହେଁ, ବରଂ ଆଗାମୀ ଦିନରେ ଏହି ପିଲାମାନଙ୍କୁ ଦେଶ ଗଠନରେ ନିଜର ଶ୍ରେଷ୍ଠ ଅବଦାନ ଦେବା ପାଇଁ ଏକ ପ୍ରେରଣା।’ ସେ ଆହୁରି ମଧ୍ୟ ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ଏ ଅବସର ରେ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିଥିଲେ।
ସମ୍ମାନିତ ଛାତ୍ରଛାତ୍ରୀମାନେ ନିଜ ନିଜର ଅନୁଭୂତି ବାଣ୍ଟି କହିଥିଲେ ଯେ, କଠିନ ପରିଶ୍ରମ ସହିତ ଶିକ୍ଷକଙ୍କ ମାର୍ଗଦର୍ଶନ ଓ ଅଭିଭାବକଙ୍କ ନିରନ୍ତର ପ୍ରେରଣା ହିଁ ସେମାନଙ୍କୁ ଏହି ଶୀର୍ଷ ସଫଳତାରେ ପହଞ୍ଚାଇ ପାରିଛି।
ଏହି କାର୍ଯ୍ୟକ୍ରମ ଜିଲ୍ଲାର ଅନ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha