Home ରାଜ୍ୟନୂଆପଡ଼ା ରେ ଜିଲ୍ଲାସ୍ତରୀୟ ଜାତି-ଜନଜାତି ସମ୍ବାଦ ବୈଠକ : ସରକାରଙ୍କ ଦୁଇ ବର୍ଷର ସଫଳତା ଓ ଆଗାମୀ ବିକାଶର ରୋଡମ୍ୟାପ୍‌ ଉପରେ ଆଲୋଚନା।

ନୂଆପଡ଼ା ରେ ଜିଲ୍ଲାସ୍ତରୀୟ ଜାତି-ଜନଜାତି ସମ୍ବାଦ ବୈଠକ : ସରକାରଙ୍କ ଦୁଇ ବର୍ଷର ସଫଳତା ଓ ଆଗାମୀ ବିକାଶର ରୋଡମ୍ୟାପ୍‌ ଉପରେ ଆଲୋଚନା।

by Maraguda Express
0 comments
ନୂଆପଡ଼ା- ୧୯/୬- ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବ୍ୟାପକ ଜନସମ୍ପର୍କ କାର୍ଯ୍ୟକ୍ରମ ‘ବିକାଶର ଧାରା, ଓଡ଼ିଶା ସାରା’ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ଜାତି-ଜନଜାତି ସମ୍ବାଦ ବୈଠକ ସ୍ଥାନୀୟ ନ୍ୟାସନାଲ କଲେଜ ସଭାଗୃହରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ସମୁଦାୟର ସର୍ବାଙ୍ଗୀନ ବିକାଶ, ସେମାନଙ୍କର ବିଭିନ୍ନ ସମସ୍ୟା, ସମ୍ଭାବନା ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ତଥା ଗଠନମୂଳକ ଆଲୋଚନା କରାଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସିଡିଓ ଲମ୍ବୋଦର ଧରୁଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ଜିଲ୍ଲା ମଙ୍ଗଳ ଅଧିକାରୀ ସଞ୍ଜୟ ଭୋଇ ଗତ ଦୁଇ ବର୍ଷ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ସୁଯୋଗ ଓ ଆର୍ଥିକ ସହାୟତା। ଆତ୍ମନିର୍ଭରଶୀଳତା ପାଇଁ ନୂତନ ରୋଜଗାରର ପନ୍ଥା।
ବଞ୍ଚିତ ଶ୍ରେଣୀକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ହୋଇଥିବା ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ସେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ।
ଜ଼ିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବାଦ ବୈଠକରେ ଜ଼ିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋମସିଂ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ଶ୍ରୀ ମାଝୀ କହିଥିଲେ ଯେ, ଅନୁସୂଚିତ ଜାତି ଓ ଜନଜାତି ସମୁଦାୟର ଆର୍ଥିକ, ଶିକ୍ଷାଗତ ଓ ସାମାଜିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ବହୁମୁଖୀ ପଦକ୍ଷେପ ବେଶ୍ ପ୍ରଶଂସନୀୟ ଏବଂ ଏହା ସେମାନଙ୍କ ଜୀବନଧାରଣର ମାନରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି।
ବୈଠକର ମୁଖ୍ୟ ଆଭିମୁଖ୍ୟ ହେଲା ସମସ୍ତଙ୍କ ସହଭାଗିତା ଓ ସମନ୍ୱିତ ପ୍ରୟାସ ମାଧ୍ୟମରେ ଜିଲ୍ଲାର ସାମଗ୍ରିକ ବିକାଶକୁ ଆହୁରି ଗତିଶୀଳ କରିବା।
ଏହି ଅବସରରେ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗଦେଇ କାର୍ଯ୍ୟକ୍ରମର ଗୌରବ ବଢ଼ାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଯଥା ବେଲମତୀ ମାଝୀ ଉପାଧ୍ୟକ୍ଷା ସ୍ୱତନ୍ତ୍ର ଉନ୍ନୟନ ପରିଷଦ,
ତାରେଶ୍ୱରୀ ସାହୁ ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆପଡା,
ଦୀପିକା ଦୀପ ଉପାଧ୍ୟକ୍ଷା ଜିଲ୍ଲା ପରିଷଦ,
ସଙ୍ଗୀତା ମାଝୀ ଉପାଧ୍ୟକ୍ଷା ବୋଡେନ ବ୍ଲକ୍,
ସନ୍ଧ୍ୟାରାଣୀ ମିର୍ଦ୍ଧା ସରପଞ୍ଚ ଦର୍ଲିମୁଣ୍ଡା ଗ୍ରାମ ପଞ୍ଚାୟତ,
ଭରତଲାଲ ରାଉତ ଓ ଭାନୁପ୍ରତାପ ସିଂ ମାଝୀ ଜିଲ୍ଲା ପରିଷଦ ସଦସ୍ୟ,
ହରିକେଶ ଜାଲ ସଭାପତି ଜିଲ୍ଲା ଡମ୍ବ-ଗଣ୍ଡା ସମାଜ ଏବଂ ଅନୁସୂଚିତ ଜାତି କଲ୍ୟାଣ ସମିତି,
ମୁରଲୀ ସୁନା ସଦସ୍ୟ ଅନୁସୂଚିତ ଜାତି କଲ୍ୟାଣ ସମିତି।

ଏହି ମେଗା ଆଲୋଚନା ଚକ୍ରରେ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧି, ସରକାରୀ ଯୋଜନାର ହିତାଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେମାନେ ଜିଲ୍ଲାର ତୃଣମୂଳ ସ୍ତରର ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ ଉପରେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ମତାମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ।
ସୂଚନାଯୋଗ୍ୟ ଯେ, ସ୍ୱଚ୍ଛ ଭାରତ ଜିଲ୍ଲା ସଂଯୋଜକ ଅନିଲ କୁମାର ଲେଙ୍କା ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ଅଂଶୀଦାରଙ୍କ ମିଳିତ ସହଯୋଗରେ ନୂଆପଡ଼ା ଜିଲ୍ଲାର ବିକାଶ ଧାରାକୁ ଆଗକୁ ନେବା ପାଇଁ ଏହି ବୈଠକରେ ସଂକଳ୍ପ ନିଆଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha