Home ରାଜ୍ୟନୂଆପଡ଼ାରେ ବିଶ୍ୱ ସିକିଲ୍ ସେଲ୍ ଦିବସ : ବିବାହ ପୂର୍ବରୁ ରକ୍ତ ପରୀକ୍ଷା କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ।

ନୂଆପଡ଼ାରେ ବିଶ୍ୱ ସିକିଲ୍ ସେଲ୍ ଦିବସ : ବିବାହ ପୂର୍ବରୁ ରକ୍ତ ପରୀକ୍ଷା କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ।

by Maraguda Express
0 comments
ନୂଆପଡ଼ା -୧୯/୦୬- ବିଶ୍ୱ ସିକିଲ୍ ସେଲ୍ ଦିବସ-୨୦୨୬ ଅବସରରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ବୃହତ ଜିଲ୍ଲାସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସିକିଲ୍ ସେଲ୍ ରୋଗର ଶୀଘ୍ର ଚିହ୍ନଟ, ନିୟମିତ ରକ୍ତ ପରୀକ୍ଷା ଏବଂ ପ୍ରଭାବିତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ସହ ଜନସାଧାରଣଙ୍କୁ ସଚେତନ କରିବା।
‘୪-ୟୁ’ ସୂତ୍ରରେ ହେବ ସିକିଲ୍ ସେଲ୍‌ର ମୁକାବିଲା।
ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାଶ ବିବାହ ପୂର୍ବରୁ ସିକିଲ୍ ସେଲ୍ ପରୀକ୍ଷା କରିବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ। ଏହି ରୋଗର ନିୟନ୍ତ୍ରଣ ପାଇଁ ସେ ଚାରିଟି ମୁଖ୍ୟ ସ୍ତମ୍ଭ ଉପରେ ଆଲୋକପାତ କରିଥିଲେ।ଉପକାର,ଉପଚାର,ଉପଶମ ଓ
ଉପଲବ୍ଧି ଉପରେ ଜିଲ୍ଲାପାଳ କହିଥିଲେ ଯେ, ଏହି ଚାରିଟି ଦିଗକୁ ଆଧାର କରି ଜିଲ୍ଲାରେ ସଚେତନତା ବୃଦ୍ଧି କରାଯିବ। ଏହାସହ ରୋଗର ଲକ୍ଷଣ, ବଂଶଗତ ପ୍ରଭାବ ଏବଂ ସମୟୋପଯୋଗୀ ଚିକିତ୍ସାର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଯାଇଥିଲା। “ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷକରି ଜନଜାତି ଏବଂ ସଂବେଦନଶୀଳ ଅଞ୍ଚଳଗୁଡ଼ିକ ରେ ନିୟମିତ ସ୍କ୍ରିନିଂ, ମାଗଣା ରକ୍ତ ପରୀକ୍ଷା ଓ କାଉନସେଲିଂ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ଦିଆଯାଇଛି।”
ସିକିଲ୍ ସେଲ୍ ନିୟନ୍ତ୍ରଣ ଏବଂ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାର ଆଶା କର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ଖାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୁହେଁ, ବରଂ ଏହି ଦିବସ ଉପଲକ୍ଷେ ନୂଆପଡ଼ାର ବିଭିନ୍ନ ବ୍ଲକ ଓ ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମଧ୍ୟ ସ୍କ୍ରିନିଂ ଶିବିର, ରୋଗୀ ପରାମର୍ଶ ମେଳା ଏବଂ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମମାନ ସଫଳତାର ସହ ଆୟୋଜିତ ହୋଇଯାଇଛି।
ଏହି ସଚେତନତା ସଭାରେ ସ୍ୱାସ୍ଥ୍ୟ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସିକିଲ୍ ସେଲ୍ ମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେଇଥିଲେ । ସଭାରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦିଲୀପ କୁମାର ଦାସ, ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ମନୋଜ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ମଞ୍ଜୁରାଣୀ ସିଂହ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ତନ୍ମୟ ତ୍ରିପାଠୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ ସତ୍ୟନାରାୟଣ ତ୍ରିପାଠୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ସମେତ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଏବଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସିକିଲ୍ ସେଲ୍ ରୋଗୀ ଓ ସେମାନଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha