28
ଏହି କାର୍ଯ୍ୟକ୍ରମରେ ଡିଏଲ୍ଏସ୍ଏ ସଚିବ ନବନୀତା ଦାସ, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ଅଧିକାରୀ ବିନୟ ତିୱାରୀ, ସାଇବର ଥାନା ଆଇଆଇସି ଦିଲୀପ ସାହୁ, ଏସ୍ଆଇ ଚନ୍ଦ୍ରକାନ୍ତ ବାରିକ ଏବଂ ଏସ୍ବିଆଇ ଆର୍ସେଟିର ସୁଧାକର ଶତପଥି ପ୍ରମୁଖ ବକ୍ତା ଭାବେ ଯୋଗଦେଇଥିଲେ।
ନୂଆପଡ଼ା -୧୨/୦୮-ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା ଅଧୀନରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଏବଂ ଅନ୍ତର୍ଜାତୀୟ ଯୁବ ଦିବସ ସ୍ଥାନୀୟ ସଦଭାବନା ସଭାଗୃହରେ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡିଜିଟାଲ ଓ ଆର୍ଥିକ ସାକ୍ଷରତା, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ଏବଂ ସାଇବର ସୁରକ୍ଷା ସମ୍ବନ୍ଧରେ ବ୍ୟାପକ ଆଲୋଚନା କରାଯାଇଥିଲା।

