17
କାର୍ଯ୍ୟକ୍ରମରେ ୩୬୦ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଯୋଗଦେଇଥିଲେ। ଏହି ଅବସରରେ—
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଏଫଏଫଓଏନସି, ସ୍ଚିମ୍, ଡିପିଏମ୍ୟୁ-ସିପିଏସଡବ୍ଲୁ, କେନ୍ଦୁଭଟା, ନୂଆପଡ଼ାର ଜିଲ୍ଲା ସଂଯୋଜକ, ଜିଲ୍ଲା ଆକାଉଣ୍ଟାଣ୍ଟ, ସମସ୍ତ କ୍ଷେତ୍ର କର୍ମୀ ଏବଂ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତାର ଶିକ୍ଷକ-ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।
Table of Contents
ନୂଆପଡ଼ା – ୧୨/୦୮- କୋମନା ବ୍ଲକ୍ ଅନ୍ତର୍ଗତ ଛତା ଗ୍ରାମସ୍ଥିତ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ “ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଏବଂ ସ୍ଥାୟୀ ତୀବ୍ରୀକରଣ” ଯୋଜନା ଅଧୀନରେ ବିଦ୍ୟାଳୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ନୂଆପଡ଼ା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସିପିଏସଡବ୍ଲୁ, କେନ୍ଦୁଭଟା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। କୋମନା ବ୍ଲକ୍ର ସହକାରୀ କୃଷି ଅଧିକାରୀ ସୌଦାମିନୀ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ର ବୈଜ୍ଞାନିକ ଉମା ପ୍ରଧାନ ଏବଂ ରିସୋର୍ସ ପର୍ସନ ଲଖନଲାଲ ମୀନା ଛାତ୍ରଛାତ୍ରୀଙ୍କୁ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁଷ୍ଟିଗୁଣ, ପାରମ୍ପରିକ ଓ ସାଂସ୍କୃତିକ ମହତ୍ତ୍ୱ, ସଂରକ୍ଷଣ ଏବଂ ସ୍ଥାୟୀ ବ୍ୟବହାର ସମ୍ପର୍କରେ ସଚେତନ କରିଥିଲେ।
ସହଯୋଗୀ ଶିକ୍ଷକ ଚୁଡ଼ାମଣି ପଟେଲ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ସଂଯୋଜକ ସୌମ୍ୟ ପଣ୍ଡା ଅତିଥି, ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କ୍ଷେତ୍ର କର୍ମୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।