28
ନୂଆପଡା -୮/୦୪- ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ସଶକ୍ତ କରି ସେମାନଙ୍କ ସ୍ଵପ୍ନକୁ ସାକାର କରିବା ଦିଗରେ ଏକ ଗୁରୁତ୍ତ୍ୱପୂର୍ଣ ପଦକ୍ଷେପ ନେଇଛି ନୂଆପଡା ଜିଲ୍ଲା ପ୍ରଶାସନ। ୟୁପିଏସ୍ସି ଓ ଓପିଏସ୍ସି ଭଳି ବିଭିନ୍ନ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ପାଇଁ ମାଗଣା କୋଚିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଉପରୋକ୍ତ କାର୍ଯ୍ୟକ୍ରମରେ ୩୦ରୁ ଅଧିକ ଚାକିରି ଆଶାୟୀ ଯୋଗଦେଇଥିଲେ।ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି କୋଚିଂ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।
ନୂଆପଡାରେ ଚାକିରୀ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ନିଶୁଳ୍କ କୋଚିଂ କାର୍ଯ୍ୟକ୍ରମ।
previous post


