Home ରାଜ୍ୟନୂଆପଡ଼ାରେ ‘ଓଡ଼ିଶା ଜୀବିକା ମିଶନ’ର ସଫଳତା: ବ୍ୟାଙ୍କ ଲିଙ୍କେଜରେ ୧୩୭% ଅଗ୍ରଗତି, ୭୭ ପ୍ରବାସୀ ପରିବାରକୁ ମିଳିଲା ସହାୟତା।

ନୂଆପଡ଼ାରେ ‘ଓଡ଼ିଶା ଜୀବିକା ମିଶନ’ର ସଫଳତା: ବ୍ୟାଙ୍କ ଲିଙ୍କେଜରେ ୧୩୭% ଅଗ୍ରଗତି, ୭୭ ପ୍ରବାସୀ ପରିବାରକୁ ମିଳିଲା ସହାୟତା।

by Maraguda Express
0 comments
ନୂଆପଡ଼ା -୧୫/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାରେ ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାବଲମ୍ବୀ ଦିଗରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ଓ ମିଶନ ଶକ୍ତି ର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରୁ ଏହି ଉତ୍ସାହଜନକ ତଥ୍ୟ ସାମନା କୁ ଆସିଛି। ବିଶେଷ କରି ବ୍ୟାଙ୍କ ଲିଙ୍କେଜ କ୍ଷେତ୍ରରେ ଜିଲ୍ଲା ଧାର୍ଯ୍ୟ ଲକ୍ଷ୍ୟଠାରୁ ଯଥେଷ୍ଟ ଆଗରେ ରହିଛି।
ବ୍ୟାଙ୍କ ଲିଙ୍କେଜ ରେ ରେକର୍ଡ ସଫଳତା
ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ି କୁ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ଲିଙ୍କେଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତଥ୍ୟ ଅନୁଯାୟୀ
ଆର୍ଥିକ ଅଭିବୃଦ୍ଧିରେ ଧାର୍ଯ୍ୟ ଲକ୍ଷ୍ୟ ୨ସହ ୨୧ କୋଟି ୫୪ ଲକ୍ଷ ଟଙ୍କା ଥିବାବେଳେ ଜିଲ୍ଲା ୩ ସହ ୩ କୋଟି ୬୯ ଲକ୍ଷ ଟଙ୍କା ହାସଲ କରି ୧୩୭% ସଫଳତା ପାଇଛି।
ସଫଳତା ୫,୪୪୦ ଟି ଗୋଷ୍ଠୀ ପାଇଁ ଲକ୍ଷ୍ୟ ରହିଥିବା ବେଳେ ୫,୯୫୮ ଟି ଗୋଷ୍ଠୀ ସହ ବ୍ୟାଙ୍କ ଲିଙ୍କେଜ୍ ସ୍ଥାପନ କରାଯାଇଛି ୧୦୯.୫୨%।
ଜିଲ୍ଲାରେ ସର୍ବମୋଟ ହାରାହାରି ଋଣ ୫.୧ ଲକ୍ଷ ଟଙ୍କା ରହିଛି। ପ୍ରବାସୀ ଶ୍ରମିକ ପରିବାରକୁ ଆର୍ଥିକ ସମ୍ବଳ
ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କ ପରିବାରକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମାର୍ଚ୍ଚ ମାସରେ ୭୭ ଟି ପରିବାରକୁ ସର୍ବମୋଟ ୮.୧୫ ଲକ୍ଷ ଟଙ୍କା ର ସହାୟତା ପ୍ରଦାନ କରାଯାଇଛି।
ବ୍ଲକ ଅନୁଯାୟୀ ସହାୟତା ବିବରଣୀ :ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ଓ ନିର୍ଦ୍ଦେଶ
ବୈଠକରେ ଜିଲ୍ଲାପାଳ ଶ୍ରୀ ଦାଶ ଏସଏଚଜି ଓ ସିଏଲଏଫ ପ୍ରୋଫାଇଲ ଅପଡେଟ, ଡିଜିଟାଲ ଆଜୀବିକା ରେଜିଷ୍ଟର ଏବଂ ମିଶନ ଶକ୍ତି ରିଟେଲ ମାର୍ଟର ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କରେ ଅପେକ୍ଷାରତ ୭୭୬ଟି ଆବେଦନକୁ ତୁରନ୍ତ ସମାଧାନ କରିବାକୁ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
“ବ୍ୟାଙ୍କ ଲିଙ୍କେଜକୁ ଆହୁରି ସୁଦୃଢ଼ କରିବା ସହ ପ୍ରବାସୀ ଶ୍ରମିକଙ୍କୁ ସ୍ୱାବଲମ୍ବୀ କରିବା ଆମର ମୁଖ୍ୟ ଲକ୍ଷ୍ୟ।” – ଜିଲ୍ଲାପାଳ, ନୂଆପଡ଼ା।                    ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଲିଡ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାର ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha