Home ରାଜ୍ୟଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ ।

ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ ।

by Maraguda Express
0 comments

ବରଗଡ -୫/୩- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳରେ ପ୍ରଥମ ଥର ପାଇଁ ଏକ ୟୁକେ କରିକୁଲୁମ୍ ପ୍ଲେ ସ୍କୁଲ ଉଦଘାଟିତ ହୋଇ ଯାଇଛି । ଯାହାର ନାମ ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ରଖା ଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋପପୁର ମହିମା ଆଶ୍ରମର ପ୍ରତିଷ୍ଠାତା ସାଧୁ ନୃସିଂହ ଦାସ ଯୋଗ ଦେଇଥିବା ବେଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଉପସ୍ଥିତ ରହିଥିଲେ । ଏହି ସ୍କୁଲରେ ପ୍ରୀନର୍ସରୀ ,ନର୍ସରୀ ,ଜୁନିୟର କେଜି ଓ ସିନିୟର୍ କେଜି ପାଠ୍ୟକ୍ରମ ସାମିଲ ରହିଛି । ଏହି ସ୍କୁଲର ଅଧ୍ୟକ୍ଷା ସୋନାଲି ମହାପାତ୍ର ରହିଥିବା ବେଳେ ପରିଚାଳନାରେ ପ୍ରିତିଶ ମହାପାତ୍ର , ସିଦ୍ଧାର୍ଥ ପାଣିଗ୍ରାହୀ ଓ କ୍ରୀଷ୍ଣାମଞ୍ଜରୀ ପାଣିଗ୍ରାହୀ ରହିଛନ୍ତି । ଆଜିର ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଆଶୁତୋଷ ସାହୁ ,ସୁଶାନ୍ତ ନାଗ ,ବୁଲୁ କୁମାର ନାୟକ ,ରୋଷନ ପାଣିଗ୍ରାହୀ ,ମାତୃପ୍ରସାଦ ରଥ ଓ ଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ପାଇକମାଳ ଅଞ୍ଚଳରେ କମ ଖର୍ଚ୍ଚରେ ଓ ୟୁକେ କରିକୁଲୁମ୍ ରେ କିଭଳି ଭଲ ଶିକ୍ଷା ଛାତ୍ର ଛାତ୍ରୀ ପାଇ ପାରିବେ ଏହା ହେଉଛି ଏହି ସ୍କୁଲର ମୂଳ ଲକ୍ଷ ବୋଲି କହିଛନ୍ତି ପରିଚାଳନା କମିଟି ମୁଖ୍ୟ ପ୍ରିତିଶ ମହାପାତ୍ର ।                            (ରିପୋର୍ଟ – ନୀରୋଜ କୁମାର ପାଣି)

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha